November 15, 2024

ସୁପ୍ରିମକୋର୍ଟ ରାୟ ବିରୁଦ୍ଧରେ ଭାରତ ବନ୍ଦ ପଦ୍ମପୁର ଉପଖଣ୍ଡ ରେ ବନ୍ଦ ସଫଳ 

Share

 

 

ବରଗଡ /ପଦ୍ମପୁର :(ଉପାନ୍ତଖବର) 21.08.2024 ଅନୁସୂଚିତ ଜାତି ଜନଜାତି ମିଳିତ ମଞ୍ଚ ଆହ୍ୱାନ ରେ ଆରକ୍ଷଣ ଉପରେ ସୁପ୍ରିମକୋର୍ଟ ଙ୍କ ରାୟ ବିରୁଦ୍ଧରେ ଭାରତ ବନ୍ଦ ରେ ପଦ୍ମପୁର ଉପଖଣ୍ଡ ରେ ବନ୍ଦ ସଫଳ ହୋଇଛି l ଆରକ୍ଷଣ କୁ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ମସୁଧା କୁ ବିରୋଧ କରି ପଦ୍ମପୁର ଉପଖଣ୍ଡ ସ୍ତରୀୟ ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚ ନେତୃତ୍ୱ ରେ ବନ୍ଦ କୁ ସମର୍ଥନ କରି ପଦ୍ମପୁର ସହର ର ଭେଉଁରିଆ ଛକ ରେ ଆନ୍ଦୋଳନ କାରୀ ପିକେଟିଂ କରି ବନ୍ଦ ପାଳନ କରିଥିଲେ ଫଳରେ ରେ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିବା ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ଏହିପରି ବନ୍ଦ ପ୍ରଭାବ ରେ ଉପଖଣ୍ଡ ର କନସିଂହା, ବରିହାପାଲି, ମହୁଲପାଲି, ଲଖମରା, ବାଦିକଟା, ଟେମରି ଅଞ୍ଚଳ ର ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା l ମହାବନ୍ଦ କୁ ଭୋଜରାଜ ସିଂ ବରିହା, ଟଙ୍କଧର କଣ୍ଟା ସମର୍ଥନ ଜଣେଇ ଥିଲେ l

ମହାବନ୍ଦ ରେ ସ୍ୱତଃ ପ୍ରବୃତ୍ତ ଭାବେ ଉପଖଣ୍ଡ ର ଗୋଣ୍ଡ, ବିଂଝାଲ, ସହଁରା, କନ୍ଧ, ରଜକ, କୁଲିସ,ଗଣ୍ଡା, ଘାସୀ, ଚମରା, କେଉଁଟ,ଧୀବର, ମାହାର,କୌବର୍ତ୍ତ ସମାଜ ସାମିଲ ହୋଇଥିଲେ l ମହାବନ୍ଦ ସଫଳ କରିବାକୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ମିଳିତ ମଞ୍ଚ ରୁ ଭୋଜରାଜ ବାଗ, ନୀଳମଣି ବରିହା, ରଘୁନନ୍ଦନ ଦେଓ, ଚନ୍ଦ୍ରହାସ୍ୟ ଜାଲ, ଅଚ୍ୟୁତାନନ୍ଦ ସେଠ,ନବ ବରିହା, ଗୋପବନ୍ଧୁ ଶିକା, ବଳଦେବ ଭୋଇ, ମୋତିରାମ ବରିହା, ରଞ୍ଜିତ ସିଂ ବରିହା, ଯୁଗଳ କିଶୋର ଭୋଇ, କରୁଣା ବରିହା, ରମେଶ ଗୁର୍ଲ୍ଲା, ଗୋବର୍ଦ୍ଧନ ଛତର, ନରେଶ ଦାସ, କ୍ଷେତ୍ରୀ ଲୁହାର, ନୀଳ ସେନ୍ଦରିଆ,ଦେବରାଜ ସେଟ ନେତୃତ୍ୱ ନେଇଥିଲେ l

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)