ଭାରତ ବନ୍ଦ ଡାକରାକୁ କୋଟପାଡ଼ ମିଳିତ ମଞ୍ଚର ସମର୍ଥନ

IMG-20240820-WA0070
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଭତରା ବିକାଶ ପରିଷଦ କାର୍ଯା ଳୟ ରେ ଅଗଷ୍ଟ 21ତାରିଖ ରେ ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣେଇବା ପାଇଁ ଆଦିବାସୀ ଓ ହରିଜନ ସଂଘ ର କର୍ମ କର୍ତ୍ତା ମାନେ ମିଳିତ ମଞ୍ଚ ପକ୍ଷ ରୁ ଏକ ବୈଠକ ର ଆୟ ଜନ କରିଥିଲେ I ଏହି ବୈଠକ ରେ ମହିଳା ଡାକ୍ତରାଣୀ ମୌମିତା ବେଦନାଥ ଗଣ ଦୁଷ୍କର୍ମ ଓ ହତ୍ୟା ଶିକାର ହୋଇଥିବା ରୁ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପାଞ୍ଚ ମିନିଟ ନିରଵ ପ୍ରାର୍ଥନା ହୋଇଥିଲା I ଏହା ପରେ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ରାୟ ଅନୁଯାୟୀ ଅଦବାସୀ ଓ ହରିଜନ ଙ୍କ ମଧ୍ୟରେ ଯେଉଁ ମାନେ ସ୍ଵଛଳ ଵର୍ଗର ହୋଇଥିବେ ସେମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ମିଳିବ ନାହିଁ I ଫଳ ରେ ସେମାନେ ଅନେକ ସୁବିଧା ରୁ ବଞ୍ଚିତ ହେବେ,ଏହି କ୍ରିମ ଲୋୟାର ବ୍ୟବସ୍ଥା ଙ୍କୁ ବିରୋଧ ଅଗଷ୍ଟ 21ତାରିଖ ଦିନ ଦୋକାନ ବଜାର ଚକ ଅଖ ବନ୍ଦ ରଖିବା ପାଇଁ ନିଷ୍ପତି ହୋଇଥିଲା ଏବଂ ଥାନା ଅଧିକାରୀ ଓ ତହସିଲ ଦାର ଙ୍କ ଜରି ଆରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି I ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ପୂର୍ବତନ ସରପଞ୍ଚ ବାଲକୃଷ୍ଣ ମାଝୀ ମଙ୍ଗରାଜ ରନ୍ଧାରୀ. ନୀଳକଣ୍ଠ ଚାଲାଣ.ସରପଞ୍ଚ ଦେବ ମାଝୀ. ପୂର୍ଣ୍ଣ ପୂଜାରୀ. କମଳା ପୂଜାରୀ.ସନାରୁ ଚାଲାଣ,ରଞ୍ଜନ ମହୁରିଆ ଙ୍କ ସମେତ ବହୁ ସଂଘର କର୍ମ କର୍ତ୍ତା ଉପସ୍ଥିତ ଥିବାର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡ଼ିଆ I

You may have missed