ଉମରକୋଟ ଠାରେ ମାଁ ସନ୍ତୋଷୀ ଙ୍କ ୧୬ ତମ ଜନ୍ମ ବାର୍ଷିକୋତ୍ସବ ଅନୁଷ୍ଠିତ…….
ଉମରକୋଟ (ଏମ୍.ଦିନା°ଶୁ ଆଚାରୀ)
ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ମାଁ ସନ୍ତୋଷି ଦେବୀଙ୍କ ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ବାଜା ବାଜଣା ସହ ବାଣ ଫୁଟାଇ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ଭକ୍ତ ମାନେ ଏକ କଳସ ଶୋଭାଯାତ୍ରାରେ ମାଁ ସନ୍ତୋଷୀ ଦେବୀଙ୍କ ପୀଠ ଠାରୁ ଶୁଭାରମ୍ଭ କରାଯାଇଥିଲା । ଏହି କଳସ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ।ପରେ ମାଁ ସନ୍ତୋଷୀ ଦେବୀଙ୍କ ମନ୍ଦିର ଠାରେ ଘଟ ସ୍ଥାପନ କରାଯାଇଥିଲା।ସୂର୍ଯ୍ୟପୂଜା, ଗୋପୂଜା, ସର୍ବ ଦେବାଦେବୀ ପୂଜା, ଦେବୀଙ୍କର ଷୋଡ଼ଶ ଉପଚାର, ଅଗ୍ନିସ୍ଥାପନ, ଚଣ୍ଡୀପାଠ, ଆହୂତି ହୋମ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗ ଦେଇଥିଲେ । ଏହି ମନ୍ଦିରର ମହାତ୍ମ ହେଉଛି ୧୨ ବର୍ଷ ହେବ ଅଖଣ୍ଡ ଦ୍ଵିପ ନିୟମିତ ଜଳୁଛି। ୨୦୧୩ ମସିହା ଜୁନ ୧ ତାରିଖ ରୁ ଏହି ଅଖଣ୍ଡ ଦ୍ଵିପ ଜଳୁଥିବା କହିଛନ୍ତି ମନ୍ଦିର ର ପୂଜକ।ମାଁ ସନ୍ତୋଷୀ ଙ୍କ ୧୬ତମ ବାର୍ଷିକୋତ୍ସବ ରେ ପୂଜକ ଶ୍ରୀକାନ୍ତ କୁମାର ପଣ୍ଡା ପୂଜା କରୁଥିବା ବେଳେ ଉମରକୋଟ ସହରର ଡିଏନକେ ଠାରେ ଥିବା ମାଁ ସନ୍ତୋଷୀ ମନ୍ଦିର ଠାରେ ସନ୍ଧ୍ୟା ୭ ଘଣ୍ଟା ଠାରୁ ଦ୍ଵିପ ଯଜ୍ଞ କରାଯାଇଥିଲା।ଏହି ଅବସରରେ ମାଁ ସନ୍ତୋଷୀ ଙ୍କ ମନ୍ଦିର ଠାରେ ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏହି ଉତ୍ସବ କମିଟି ର ସଭାପତି ବାବୁ ଦଳେଇ, ସାଧାରଣ ସମ୍ପାଦକ ସୁଶିଲ ପଣ୍ଡା ଓ କୋଷାଧ୍ୟକ୍ଷ ଉଦୟ ଘୋଷ ଙ୍କ ସହ ମହେନ୍ଦ୍ର ପାତ୍ରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଉତ୍ସବରେ ସହରର ବିଭିନ୍ନ ଅଞ୍ଚଳ ରୁ ଭକ୍ତ ମାନେ ଯୋଗ ଦେଇଥିଲେ।