April 26, 2026

ସାମ୍ବାଦିକ ରଶ୍ମିରଞ୍ଜନ ମିଶ୍ରଙ୍କ ଙ୍କ ପିତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

IMG-20230310-WA0000
Share

 

 

ପାରଳାଖେମୁଣ୍ଡି:୯/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା “ସକାଳ” ଦୈନିକ ଓଡିଆ ଖବର କାଗଜର ଜିଲ୍ଲା ପ୍ରତିନିଧି ରଶ୍ମିରଂଜନ ମିଶ୍ରଙ୍କ ପିତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଗତକାଲି ବୁଧବାର ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ପିତା ସୀତାରାମ ମିଶ୍ର ୮୭ବର୍ଷ ବୟସରେ ହୃଦଘାତ ଜନିତ ରୋଗରେ ପୀଡ଼ିତ ଥିଲେ l ଭଣ୍ଡାରି ସାହି ସ୍ଥିତ ନିଜ ବାସଭବନରେ ପ୍ରାଣ ତ୍ୟାଗ କରିଥିଲେ । ସ୍ୱର୍ଗତ ମିଶ୍ର କର୍ମମୟ ଜୀବନରେ ପ୍ରଥମେ ସେନା କର୍ମଚାରୀ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ । ସେନାରୁ ଅବସର ଗ୍ରହଣ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାରଳାଖେମୁଣ୍ଡି ଶାଖାରେ ଯୋଗଦେଇ ଜଣେ ଦକ୍ଷ କର୍ମଚାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ମିଷ୍ଠଭାଷୀ, ସମାଜସେବା ଆଦି ଯୋଗୁଁ ପାରଳା ସହର ଅଞ୍ଚଳରେ ବେସ ଖ୍ୟାତି ଅର୍ଜନ କରିଥିଲେ ବ୍ୟାଙ୍କରୁ ଅବସର ଗ୍ରହଣ ପରେ ସହରର ବିଭିନ୍ନ ଧର୍ମାନୁଷ୍ଠାନ ତଥା ପୂଜାପାଠକରି ଅତିବାହିତ କରିଆସୁଥିଲେ ତାଙ୍କ ବିୟୋଗ ରେ ଜିଲ୍ଲାର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ ନାୟକ, ବସନ୍ତ ଦାସ, ହାଇଟେକ ମେଡିକାଲ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, କଂଗ୍ରେସ ନେତା ବସନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବିଭିନ୍ନ ରାଜନୌତିକ ଦଳର ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି ସେହିପରି ସମସ୍ତ ସାମ୍ବାଦିକମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଦ୍ୱିଜେନ ପାଢୀ, ଦେବାଶିଷ ପାଢୀ, ବିଧାନ ଚୌଧୁରୀ, ରୂପେଶ ସାହୁ, ଆଦର୍ଶ ଦାସ, ବାସୁଦେବ ଦାସ, ଗୋବିନ୍ଦ ଆଚାର୍ଯ୍ୟ, ଗିରିଧାରି ପରିଚ୍ଛା, ଶିଶିର କୁମାର ଗୌଡ, ଦିଲ୍ଲିପ କୁମାର ଶତପଥୀ, ସନ୍ତୋଷ ପଟ୍ଟନାୟକ, ନାଗେଶ୍ୱର ମହାପାତ୍ର, ହରିହର ପଟ୍ଟନାୟକ, ଏମ୍‌. ଶେଖର, ଏ.ରାମୁ, ବିରକିଶୋର ପଟ୍ଟନାୟକ,ସରୋଜ ବୀର ପ୍ରମୁଖଙ୍କ ସହ ସମସ୍ତ ସାମ୍ବାଦିକମାନେ ଗଭିର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।ସ୍ୱର୍ଗତ ମିଶ୍ରଙ୍କ ଗତକାଲି ପୁରୀର ସ୍ୱର୍ଗ ଦ୍ୱାରରେ ଅନ୍ତେଷ୍ଠିକ୍ରିୟା କରାଯାଇଥିବା ବେଳେ ତାଙ୍କ ଜ୍ୟଷ୍ଠପୁତ୍ର ଇଂ.ଲକ୍ଷ୍ମୀନାରାୟଣ ମିଶ୍ର ମୁଖାଗ୍ନି ଦେଇଥିଲ । ମରଶରୀରକୁ ପୁରୀ ନେବା ରାସ୍ତାରେ ବ୍ରହ୍ମପୁରଠାରେ “ସକାଳ” ଦୈନିକ ଖବରକାଗଜର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଡକ୍ଟର ଜଗନ ମୋହନ ମହାପାତ୍ରଙ୍କ ସମେତ “ସକାଳ” ବ୍ରହ୍ମପୁର ପ୍ରତିନିଧି କ୍ଷୀରସିନ୍ଧୁ ମହାନ୍ତି, ନନ୍ଦିଘୋଷ ଟିଭିର ସୁବୋଧ କୁମାର ପରିଚ୍ଛା ପ୍ରମୁଖଙ୍କ ସହ ବ୍ୟୁରୋ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ସ୍ୱର୍ଗତ ମିଶ୍ରଙ୍କ ମରଶରୀରେ ପୁଷ୍ପମାଳ ଅର୍ପଣ କରି ଶ୍ରଦ୍ଧାଞ୍ଜିଳି ଜଣାଇବା ସହ ଶୋକ ସନ୍ତପ୍ତପରିବାରକୁସମବେଦନା ଜଣାଇଛନ୍ତି ।