April 26, 2026

ଗୁମ୍ମା ବ୍ଲକ ଅଜୟଗଡ ପଞ୍ଚାୟତରେ ଜନ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ” ଆନ୍ତର୍ଜାତୀୟ ମହିଳା ଦିବସ” ପାଳିତ

IMG-20230309-WA0017
Share

 

 

ପାରଳାଖେମୁଣ୍ଡି:୯/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଞ୍ଚାୟତର ଆଜୟଗଡ ଗ୍ରାମ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ଜନ କଲ୍ୟାଣ ପ୍ରତିଷ୍ଠାନ” ପକ୍ଷରୁ ଓପିଲିପି: ପ୍ରକଳ୍ପ ଅଧିନସ୍ଥ ପିଭିଟିଜି: ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅଜୟଗଡ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମର ସ୍ଵୟଂ ସହାୟକ ଦଳର ମାଆ ମାନେ ଆସି ଯୋଗ ଦେଇଥିଲେ ।ଏଥିରେ ଅଜୟଗଡ ପଞ୍ଚାୟତର ସରପଞ୍ଚ ସୁଲମି ଶବର , ଓଡ଼ିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ ପ୍ରେମଲତା ପାଇକ , ଓପିଇୟୁପି: ସିଆରପି: ତଥା ଟିମ୍ ଲିଡର ବୀଉଟି ଲିମା , ଓଏଲଏମ:ର ସିଆରପି: ବବିତା ପାଇକ , ଚୁନୁମା ବଡନାଇକ , ଅଙ୍ଗନବାଡ଼ି କର୍ମୀ ଝିନିମା ପରିଚ୍ଛା , ନିନେବୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ମାନଙ୍କ ସଶକ୍ତିକରଣ ସମସ୍ୟା , ଉଚ୍ଚ ପ୍ରାଥମିକ ଶିକ୍ଷା , ଉଚ୍ଚଶିକ୍ଷା , ଧନ୍ଦା ମୁଳକ ଓ ବୈଷୟିକ ଶିକ୍ଷା , କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ , ଶୀଘ୍ର ବିବାହ , ମହିଳା ମାନଙ୍କ ଦେଶାନ୍ତର ଜନିତ ସମସ୍ୟା , ଆର୍ଥିକ ସ୍ଵାଧୀନତା ଓ ଲିଙ୍ଗଗତ ସମାନତା ପ୍ରଭୃତି ବିଭିନ୍ନ ଦିଗ ସମ୍ପର୍କରେ ସରପଞ୍ଚ ସୁଲମୀ ଶବର , ଟିମ୍ ଲିଡର ବିଉଟି ଲିମା ଓ ଜିପିଏଲ୍ଏଫ: ସଭାନେତ୍ରୀ ଆଲୋଚନା କରିଥିଲେ ।ଶେଷରେ ଜନ କଲ୍ୟାଣ ପ୍ରତିଷ୍ଠାନର କର୍ମୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟା ମହିଳା ମାନେ ବିହୁଲା ମାଛ ଓ ଏଷ୍ଟର ଗମାଙ୍ଗ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ