June 1, 2025

ବିବେକାନନ୍ଦ ଶିକ୍ଷା କେନ୍ଦ୍ରଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ। 

Share

 

 

ବୋଲଗଡ଼,(ଉପାନ୍ତ ଖବର) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଦେଉଳିଠାରେ ଓଡିଶାର ଅଗ୍ରଣୀ ସାମାଜିକ ସଂଗଠନ ଶିଶୁ ବିକାଶ ଓ ସମାଜ ଉନ୍ମୟନ କେନ୍ଦ୍ର (CCWSD)ତରଫରୁ ଦୀର୍ଘ ୨୫ ବର୍ଷ ଧରି ଶିଶୁମାନଙ୍କର ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ଉର୍ନ୍ନତି ପାଇଁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ପ୍ରାଦେଶିକ ଶିଶୁ ବିକାଶ ମେଧାବୃତ୍ତି ପରୀକ୍ଷା, ଶିଶୁ ପ୍ରତିଭା ମହୋତ୍ସବ ସଙ୍ଗୀତ ନୃତ୍ୟ ଅଲମ୍ପିଆଡ଼ ଇତ୍ୟାଦି ପ୍ରତିଯୋଗିତା ଦ୍ୱିତୀୟ ଶ୍ରେଣୀ ରୁ ନବମ ଶ୍ରେଣୀପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବର୍ଷସାରା ଆୟୋଜିତ ହୋଇଥାଏ l ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ କେନ୍ଦ୍ରର ରୌପ୍ୟ ଜୟନ୍ତୀ ଉତ୍ସବରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଆୟୋଜନ କରାଯାଇଛି l ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ସାନନ୍ଦ କୁମାର ସାହୁଙ୍କ ତତ୍ତ୍ୱବଧାନରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରଠାରେ ଦେଉଳିଠାରେ ବେଗୁନିଆ ବ୍ଲକ ଓ ବୋଲଗଡ ବ୍ଲକର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ଓ ବେସରକାରୀ ଶିକ୍ଷା ନୁଷ୍ଠାନ ମାନଙ୍କରୁ ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣକରିଥିଲେ l ଏହି କାର୍ଯ୍ୟକ୍ରମକୁ ବିବେକାନନ୍ଦ ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ବାସନ୍ତୀବାଳା ମହାପାତ୍ର ଏହାକୁ ଶୁଭଉଦଘାଟନ କରିଥିଲେ l ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ଶ୍ରୀ ରାଧାମାଧବ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ବଟକୃଷ୍ଣ ସାହୁ, ମୁଖ୍ୟବକ୍ତାଭାବରେ ବସନ୍ତ କୁମାର ସାହୁ, ସଂମ୍ମାନିତ ଅତିଥିଭାବେ ପ୍ରଫୁଲ କୁମାର ରାଉତ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରି କରିଥିଲେ l

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed