November 26, 2024

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା ସହିତ ସ୍ୱାଗତ ସମ୍ବୋର୍ଦ୍ଧନା ଉର୍ତ୍ସବ ଅନୁଷ୍ଠିତ ..

Share

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଚିକିତ୍ସାଳୟର ଛାତ୍ରୀନିବାସ ପକ୍ଷରୁ ପ୍ରଥମ ବର୍ଷ ଜୁନିଅର ଛାତ୍ରୀ ଓ ପିଜି ଛାତ୍ରୀଗଣଙ୍କର ସ୍ୱାଗତ ସମାରୋହ ତଥା ହାଉସ ଷ୍ଟାଫ ମାନଙ୍କ ପାଇଁ ବିଦାୟ ସମ୍ବୋର୍ଦ୍ଧନା ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଡାକ୍ତର ଅରୁଣ କୁମାର ଦାସଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଛାତ୍ରୀନିବାସର ମୁଖ୍ୟ ପ୍ରଫେସର ଡାକ୍ତର ସୁଦେଷ୍ନା ମେହେର, ଡାକ୍ତର ସୋନାଲିକା ଜେନା, ଡାକ୍ତର ଜିତେନ୍ଦ୍ର ସାମଲ, ଡାକ୍ତର ନାରାୟଣ ମହାନ୍ତି, ଡାକ୍ତର ତନୁଚନ୍ଦ୍ର ମରାଇ, ଡାକ୍ତର କଟିନା ଭଦ୍ରା, ସଂଜିତା ରଥ, ଡାକ୍ତର ବିଜୟଲକ୍ଷ୍ମୀ ତ୍ରିପାଠୀ, ଡାକ୍ତର ଜିତେନ୍ଦ୍ର ଛତ୍ରିଆ, ଡାକ୍ତର ଶାନ୍ତିଲତା ସାହୁ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l ସଦାସର୍ବଦା ସ୍ୱାଗତ ସଭା ଆୟୋଜନ ଉତ୍ତଫୁଲୀତ କରାଏ ବିଦାୟ ସଭା ସ୍ମୁତି ପଟ୍ଟକୁ ଜାଗରଣ କରାଏ l ଏଇ ଦୁଇଟି ର ମିଶ୍ରଣ ପର୍ବକୁ NEXUS ନାମରେ ନାମିତ କରାଯାଇଥିଲା l ଏହି ଉର୍ତ୍ସବକୁ ଉତ୍ସାହ ର ସହିତ ପାଳନ କରିବା ପାଇଁ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ର ଆୟୋଜନ କରାଯାଇଥିଲା l ବିଦାୟ ନେଉଥିବା ଛାତ୍ରୀମାନେ ନିଜର ଅନୁଭୂତି ବର୍ଣ୍ଣନା କରି ଶିକ୍ଷକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ l ଶେଷରେ ପ୍ରଫେସର ଡାକ୍ତର ସୁଦେଷ୍ନା ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed