August 26, 2026

ଜୀବନ ପାତ୍ର ଗଳିରେ ଜୀବନ ପ୍ରତି ବିପଦ 

IMG-20240817-WA0032
Share

ବୁଗୁଡ଼ା : ତା ୧୭/୦୮/୨୪ : ଦୁର୍ଘଟଣାକୁ ଡାକୁଛି ଜୀବନ ପାତ୍ର ଗଳି l ଜୀବନ ପାତ୍ର ଗଳିରେ ପୁଣି ଦେଖା ଦେଇଛି ଜୀବନ ପ୍ରତି ବିପଦ l କେତେବେଳେ କାହାର ଜୀବନ ଚାଲିଯିବ ସେହି ଆଶଙ୍କାରେ ଏବେ ସାହି ବାସିନ୍ଦା l ଆଜି ଏନଏସି ପକ୍ଷରୁ ଉକ୍ତ ଡ୍ରେନ ସଫା କରିବା ପରେ ପ୍ଲେଟଟିକୁ ସଠିକ୍ ଭାବେ ନପକାଇ ଗୋଟିଏ ପ୍ଲେଟ ଉପରେ ଆଉ ଗୋଟିଏ ପ୍ଲେଟ ରଖି ପଳାଇ ଥିଲେ । ଫଳରେ ଏହି ପ୍ଲେଟ ବାଜି ଗୋଟିଏ ସ୍କୁଲ ଗାଡିର ଅଏଲ ଚେମ୍ବର ଫାଟି ଯାଇଥିଲା l ଏହି ଦୁର୍ଘଟଣା ପରେ ଅନ୍ୟ ଗାଡିଗୁଡିକ ଯାଇ ନପାରି ଅଟକି ରହିଥିବା ଦେଖି ସାହି ବାସିନ୍ଦା ଉକ୍ତ ପ୍ଲେଟ ବାହାର କରିଦେଇ ଥିଲେ l ବର୍ତ୍ତମାନ ରାସ୍ତା ମଝିରେ ଏବେ ବିରାଟ ଖାଲ l କେହି ଯଦି ଅସାବଧାନତା ବଶତଃ ଚାଲିଯିବ ତେବେ ଦୁର୍ଘଟଣା ଥୟ l ବୁଗୁଡ଼ା ସହରର ଜୀବନ ପାତ୍ର ଗଳି ବିପଦ ପୂର୍ଣ୍ଣ ହୋଇ ପଡିଛି l ଏହି ଗଳି ମଝିରେ ଡ୍ରେନ ନିର୍ମାଣ କରାଯାଇଥିବା ବେଳେ ଏହି ଡ୍ରେନ ଉପରେ ପଡ଼ିଥିବା କଭର ପ୍ଲେଟ ପ୍ରତିବର୍ଷ ଭାଙ୍ଗି ଯାଉଛି l ଏହାର ସ୍ଥାୟୀ ସମାଧାନ ନକରି କେବଳ କାମଚଳା ମରାମତି କରି ଦିଆଯାଉଥିବାରୁ ପ୍ରତିବର୍ଷ ଏପରି ଅବସ୍ଥା ସୃଷ୍ଟି ହେଉଛି l ଏହି ରାସ୍ତା ଉପରେ ପ୍ରାୟ ୫ଟି ସାହିର ହଜାର ହଜାର ଲୋକ, ଛାତ୍ରଛାତ୍ରୀ ନିର୍ଭର କରୁଥିବା ବେଳେ ପିଲାମାନଙ୍କୁ ନେବା ଆଣିବା କରିବା ପାଇଁ ବିଭିନ୍ନ ସ୍କୁଲର ଗାଡି ମଟର ଏହି ରାସ୍ତାରେ ଯିବା ଆସିବା କରନ୍ତି । ତେବେ ରାସ୍ତା ମଝିରେ ଥିବା ଡ୍ରେନ ପ୍ଲେଟ ଭାଙ୍ଗି ପ୍ରାୟ ଚାରି ଫୁଟ ଓସାରରେ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଆଉ ଗୋଟିଏ ପ୍ଲେଟ ଦୁର୍ବଳ ହୋଇ ପଡିଛି ଉକ୍ତ ପ୍ଲେଟ ଉପରେ ଗାଡି ଗଲା ବେଳେ ସେଇ ପ୍ଲେଟଟି ମଧ୍ୟ କେତେବେଳେ ଭାଙ୍ଗି ପଡିବ ତାହାର ବି ଗ୍ୟାରେଣ୍ଟି ନାହିଁ l ଖୁବ ଶୀଘ୍ର ଯଦି ବିକଳ୍ପ ବ୍ୟବସ୍ଥା କରା ନଯାଏ ତାହେଲେ ଅନେକ ଦୁର୍ଘଟଣା ଘଟିବା ଆଶଙ୍କା ଦେଖା ଦେଇଛି l ତେଣୁ ଏନ୍ଏସି ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏଥି ପ୍ରତି ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

You may have missed