ରୋଟାରୀ କ୍ଲବର ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ଦେଢ଼ ଶହ ଫୁଟ ଜାତୀୟ ପତାକା ଶୋଭାଯାତ୍ରା
ପୁରୀ, ୧୬/୮: ରୋଟାରୀ କ୍ଲବ ପକ୍ଷରୁ ପୁରୀରେ ଅଭିନବ ଉପାୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରୋଟାରୀ କ୍ଲବ ଶ୍ରୀଜଗନ୍ନାଥ ଧାମ ଏବଂ ରୋଟାରୀ କ୍ଲବ ଅଫ୍ ପୁରୀ ସାଗରର ମିଳିତ ଆନୁକୂଲ୍ୟରେ ଦେଢ଼ ଶହ ଫୁଟ୍ ଲମ୍ବର ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଦସ୍ୟ/ସଦସ୍ୟାମାନଙ୍କ ପରିଚାଳନାରେ ଆୟୋଜିତ ଏହି ଶୋଭାଯାତ୍ରାରେ ଜିଲ୍ଲା ସ୍କୁଲର ଏନ୍ସିସି ଛାତ୍ରମାନେ ପୁରୀ କ୍ଲବଠାରୁ ବାହାରି ଦିଗବାରେଣୀ ଛକ ବେଳାଭୂମି ପର୍ଯ୍ୟନ୍ତ ବିଭିନ୍ନ ଶ୍ଲୋଗାନ ଦେଇ ପଦଯାତ୍ରାରେ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଲବ ୩୨୬୨ ପକ୍ଷରୁ ଜିଲ୍ଲା ଗଭର୍ଣ୍ଣର ଯଜ୍ଞଶିଷ ମହାପାତ୍ର ଯୋଗ ଦେଇଥିବା ବେଳେ ଡିଷ୍ଟ୍ରିକ୍ଟ କୋ ଚେୟାର ପବ୍ଲିକ ଇମେଜ ରୋଟାରିଆନ ଯୁଧିଷ୍ଠିର ଲେଙ୍କା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଠାରେ ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ଶ୍ରୀଜଗନ୍ନାଥ ଧାମର ସଭାପତି କୈଳାସ ଚନ୍ଦ୍ର ବେହେରା, ସମ୍ପାଦିକା ସୁଷମା ମିଶ୍ର, ରୋଟାରୀ କ୍ଲବ ଅଫ୍ ପୁରୀ ସାଗରର ସଭାପତି ସୁରେନ୍ଦ୍ର ଟାପୁରିଆ ଏବଂ ସମ୍ପାଦକ ଦାମୋଦର ମହାନ୍ତିଙ୍କ ସମେତ ସଦସ୍ୟ/ସଦସ୍ୟାମାନେ ଯୋଗଦେଇଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ