May 30, 2026

ପ୍ରେମ ସ୍ଵେଚ୍ଛାସେବୀ ସଂଗଠନ ଏବଂ ଆଜମି ପ୍ରେମଜି ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ମୋହନା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ କୁ ଉଦଘାଟନ କଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ..

IMG-20240815-WA0062
Share

ଗଜପତି ଜିଲ୍ଲା ମୋହନା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଖାରିଗୁଡା ଠାରେ ପାଞ୍ଚ ଲକ୍ଷ ଷାଠିଏ ହଜାର ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପକୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଲୋକାର୍ପଣ କରିଥିବା ବେଳେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା, ଆତ୍ମ ନିର୍ଭରଶୀଳ ଚାଷ ସହ ପାନୀୟ ଜଳ ପ୍ରତି ଗୁରୁତ୍ଵ ଦେଇ ଗଜପତି ଜିଲ୍ଲାରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ “ନବୀନ”ସମ୍ବାଦପତ୍ର ର ସମ୍ପାଦକ ପ୍ରେମ ରାଜ୍ୟର ଚଉଦ ଟି ଜିଲ୍ଲାରେ ଲୋକଙ୍କ ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟଧାରା ଚାଲୁ ରଖିଥିବା ପ୍ରକାଶ କରିଥିଲେ। ପ୍ରେମ ସଂସ୍ଥାର ନିର୍ଦ୍ଦେଶକ ଜକୋବ ଥୁଣ୍ଡିଲ ନିଜ ବକ୍ତବ୍ୟରେ ସଂସ୍ଥା ଲୋକଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟ ଲୋକଙ୍କ ସହଯୋଗରେ ଚାଲୁ ରହିଥିବା ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରେମ ସଂସ୍ଥା ଦ୍ଵାରା ଲୋକ ବିଭିନ୍ନ ପ୍ରକାର ସୁବିଧା ସହ ଜନହିତକର କାର୍ଯ୍ୟ ଦ୍ଵାରା ସଫଳ ହେଲେ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ପ୍ରକାଶ କରୁଥିବା ସହ ଆନନ୍ଦ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ସଂସ୍ଥାର ଲୋକ ସମ୍ପର୍କ ଅଧିକାରୀ ରତନ ମିଶ୍ର ଉପସ୍ଥିତ ଥିବା ଅତିଥି ମାନଙ୍କୁ ସାଧୁବାଦ ଜଣାଇଥିବା ସହ ନିର୍ଦ୍ଦେଶକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଂସ୍ଥାର ଅଧିକାରୀ ମାନେ ମନ୍ତ୍ରୀଙ୍କୁ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ନିବେଦନ କରିଥିଲେ। ପ୍ରେମ ସଂସ୍ଥା ଦୀର୍ଘ ଚାଳିଶ ବର୍ଷ ହେଲା ଆଦିବାସୀ ଦଳିତ କୃଷକ ମତ୍ସ୍ୟଜିବି ଓ ମହିଳା ମାନଙ୍କ ଉନ୍ନତି ନିମନ୍ତେ ଅନବରତ କାର୍ଯ୍ୟ କରି ଚଳୁଥିବା ଉପସ୍ଥିତ ଅତିଥି ମାନେ ଆଲୋକପାତ କରିଥିଲେ। ଯେତେବେଳେ ଆଦିବାସୀ ଲୋକେ ଦିନକୁ ଦୁଇ ଓଳି ଖାଇବାକୁ ଖାଦ୍ୟ ପାଇ ପାରୁନଥିଲେ, ପିନ୍ଧି ବାକୁ ବସ୍ତ୍ର ଓ ରହିବାକୁ ବାସ ଗୃହର ଅଭାବ ଥିଲା ଓ ନିରକ୍ଷରତା ଯୋଗୁଁ ସମସ୍ତେ ଅନ୍ଧକାରରେ ରହୁଥିଲେ ସେହି ସମୟରେ ପ୍ରେମ ସଂସ୍ଥା ଗଜପତି ଜିଲ୍ଲା ରେ ଆରମ୍ଭ ହୋଇଥିଲା। ପ୍ରେମ ସଂସ୍ଥା ର ପ୍ରତିଷ୍ଠାତା ଡ଼ା. ଜାକୋବ ଥୁଣ୍ଡିଲ ତାଙ୍କ କେତେକ ସହଯୋଗୀଙ୍କୁ ନେଇ ୧୯୮୪ମସିହା ରେ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ମାନବବାଦୀ ଚିନ୍ତାଧାରାରେ ସେହି ସମୟରେ ସମାଜରେ ପ୍ରଚଳିତ ଥିବା ବିଭିନ୍ନ ସମସ୍ୟା ସମାଧାନ ପୂର୍ବକ ଜନ ହିତକର କାର୍ଯ୍ୟକ୍ରମ କରି ଆସୁଥିବା ଦେଖିବାକୁ ମିଳୁଛି। ସଂସ୍ଥା ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା ନେଇ ଓଡ଼ିଶା ଏବଂ ଓଡ଼ିଶା ବାହାର କେତକ ରାଜ୍ୟରେ ଲୋକଙ୍କ ପାଇଁ କାର୍ଯ୍ୟ ଧାରା ଚାଲୁ ରହିଥିବା ପ୍ରକାଶ କରିଛନ୍ତି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ପାରଳା ର ପୂର୍ବତନ ବିଧାୟକ କେ. ନାରାୟଣ ରାଓ, କାମଦେବ ବଡନାୟକ ଙ୍କ ସମେତ ବିଡିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ ସଙ୍ଗେ ବିଜେପି ର ବହୁ ବରିଷ୍ଟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ। ସଂସ୍ଥା ବର୍ତ୍ତମାନ ଲୋକଙ୍କୁ ସଚେତନ କରିବା ନିମନ୍ତେ ବିଷ ମୁକ୍ତ ଓ ଋଣ ମୁକ୍ତ ସମାଜ ଗଠନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ପ୍ରେମ ର କାର୍ଯ୍ୟଧାରା କୁ ସାଧାରଣରେ ଉଚ୍ଚ ପ୍ରଶଂସା କରିବା ଶୁଣିବାକୁ ମିଳିଥିଲା।

You may have missed