April 30, 2026

ଏବିସିଡି ଅନୁଷ୍ଠାନ ର ନୂଆଖାଇ ଭେଟଘାଟ ପ୍ରସ୍ତୁତି ର ବୈଠକ

IMG-20240815-WA0051
Share

 

 

 

ପଦ୍ମପୁର : (ଉପାନ୍ତ ଖବର)ପଦ୍ମପୁର ର ଅଗ୍ରଣୀ ସର୍ବପୁରାତନ

ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ର ୨୬ ତମ ନୂଆଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଶ୍ରୀ ଅନିଲ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ଆସନ୍ତା ତା.୦୮.୦୯.୨୦୨୪ ରିଖ ରବିବାର ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହେବାର ସ୍ଥିରୀକୃତ ହୋଇଛି ,ଏହିଦିନ ଅପରାନ୍ହ ୫ଘ. ସମୟରେ ଝାଙ୍କର ଦ୍ୱାରା ମାଁ ସମଲେଲଶ୍ବରୀ ଙ୍କ ପୂଜା, ସମ୍ଭର୍ଦ୍ଧନା ,ଜୁହାରଭେଟ,କବିତା ପଠନ ସାଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବାପାଇଁ ସ୍ଥିରୀକୃତ ହେଲା, କୋଷାଧକ୍ଷ ଶ୍ରୀ ଶୁରେଶ ମିଶ୍ର ଗତ ବର୍ଷ ର ଆୟ ବ୍ୟୟ ର ବିବରଣୀ ଉପସ୍ଥାପନ କରିଥିଲେ, ସମ୍ପାଦକ ଶ୍ରୀ ରଘୁନାଥ ପୁରୀ ବିବରଣୀ ପାଠ କରିଥିଲେ,ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଶ୍ରୀ ପ୍ରତାପ ନାଥ, ଶ୍ରୀ ଶାନ୍ତ ସଂଗ୍ରାମ ଭୋଇ ,ଶ୍ରୀ ସୁମନ୍ତ ସାହୁ,ଶ୍ରୀ ସହଦେଵ ମେହେର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ,ଆଇନଜୀବୀ ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥଲେ l

 

ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ ଙ୍କ ରିପୋର୍ଟ (ଉପାନ୍ତ ଖବର)