ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆନ୍ତର୍ଜାତୀକ ମହିଳା ଦିବସ ଓ ହୋଲି ପାଳନ ଓ ଶୋଭାଯାତ୍ରା ଅନଷ୍ଠିତ
ପାରଳାଖେମୁଣ୍ଡି:୮/୩(ଗରୁଡ଼ ଧ୍ଵଜ ଚୌଧୁରୀ)ପବିତ୍ରହୋଲି ପର୍ଵ ଓ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବରିଷ୍ଠ ନାଗରିକ ମଞ୍ଚ ,ପାରଳାଖେମୁଣ୍ଡି ତରଫରୁ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ଏହି ଯାତ୍ରା ରେ ପ୍ରାକୃତିକ ରଙ୍ଗ ର ବ୍ୟବହାର କରିବା ପାଇଁ ସଚେତନ କରା ଯାଇଥିଲା ।ବରିଷ୍ଠ ନାଗରିକ ମାନ ଙ୍କୁ ସମାଜ ରେ ଅବହେଳିତ ନକରିବାକୁ ଆହ୍ୱାନ ଦିଆ ଯାଇଥିଲା । ମହିଳା ଦିବସ ଅବସରରେ ଏହି ମଞ୍ଚର ମହିଳା ଶାଖା ତରଫରୁ ପରିବାରରେ ଶାଶୂ ଓ ବୋହୁ ମଧ୍ୟରେ ମଧୁର ସମ୍ପର୍କ ରଖିବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା । ଏଥିରେ 50ରୁ ଉର୍ଦ୍ଧ୍ବ ସଦସ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ଏହି ଯାତ୍ରା ମଞ୍ଚ ର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ଙ୍କ ନେତୃତ୍ୱ ରେ ରଘୁନାଥ ମହାରଣା, ସତ୍ୟବାଦୀ ପାତ୍ର, ନୃସିଂହ ପ୍ରସାଦ ନାୟକ, ସୁବାଷ ରାଉତ ,ଲବଜେନା ଆଦି ପରିଚାଳନା କରି ଥିଲେ । ଶେଷ ରେ ଜଳ ଯୋଗ ସହ ମଞ୍ଚ ର ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀବ ଅଂଶ ଗ୍ରହଣ କରି ଏହି ଯାତ୍ରା କୁ ସାଫଲ୍ୟ କରିଥିବା ସମସ୍ତ ସଦସ୍ୟ ,ସଦସ୍ୟା ଗଣ ଙ୍କୁ ଧନ୍ୟବାଦ ଜଣାଇଥିଲେ।ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏହି ମଞ୍ଚ ର ସଦସ୍ୟା ଶ୍ରୀମତୀ ନିବେଦିତାରଥ ଙ୍କଦ୍ୱାରା ଲିଖିତ ପୁସ୍ତକ “ରତ୍ନ ବିବିଧ ଅନୁଭୂତି ର “ବରିଷ୍ଠ ନାଗରିକ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।