ହର ଘର ତିରଙ୍ଗା ଅଭିଯାନ ରେ ଓରିଟେକ ପକ୍ଷରୁ 77 ଫୁଟ ର ତ୍ରିରଙ୍ଗା ପତାକା ସହ ରାଲି
ରାୟଗଡା : ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଚଳିତ ଅଗଷ୍ଟ ମାସ ୯ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଙ୍କ ଘୋଷଣା ପରେ । ଭାରତୀୟଙ୍କୁ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ପାଇଁ ଉତ୍ସାହିତ କରି ନାଗରିକମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟ ଗୌରବର ଭାବନା ଜାଗ୍ରତ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ପତାକା ସହ ସେଲ୍ଫି ଉଠାଇ ଏହାକୁ ହରଘରତ୍ରିରଙ୍ଗା ଡଟ କମ ରେ ଅପଲୋଡ୍ କରିବାକୁ କେନ୍ଦ୍ର ମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ତଦନୁସାରେ ରାୟଗଡା ସହର ଅଗ୍ରଣୀ ଓରିଟେକ କମ୍ପୁଟର ଶିକ୍ଷନୁଷ୍ଠାନ ପକ୍ଷରୁ ଏକ 77 ଫୁଟ ର ତ୍ରିରଙ୍ଗ ପତାକା ସହ ଏହି ଅନୁଷ୍ଠାନ ର କର୍ମଚାରୀ ଙ୍କ ସହିତ ତାଲିମ ନେଉଥିବା 200 ଛାତ୍ର ଛାତ୍ରୀ ସ୍ଥାନୀୟ ପୂର୍ତ୍ତ ବିଭଗ କାର୍ଯ୍ୟଳୟ ଠାରେ ଏକ ଦେଶାତ୍ମକ ବୋଧ ଗାନା ର ଚିତାକର୍ଷକ କାର୍ଯ୍ୟକ୍ରମ ସହିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ତ ଆରମ୍ଭ କରି ସହର ର କପିଳାଶ ଛକ ଦେଇ ଓରିଟେକ ଅଫିସ ଠାରେ ପହଂଚିଥିଲେ l ଶେଷରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଦେଶାତ୍ମକ ଗୀତ ର ଧୁମ ରର ନାଚି କାର୍ଯ୍ୟକ୍ରମ ର ସମାପ୍ତି କରିଥିଲେ l ଅନୁଷ୍ଠାନ ର ପରିଚାଳକ ରାଜେଶ ନାଇଡ଼ୁ କହିଛନ୍ତି ଭାରତ ସ୍ୱାଧୀନତା ର 78 ବର୍ଷ ପାଳନ କରିବାକୁ ଯାଉଛି ଏହି ଅବସୋର ରେ ସରକାର ଙ୍କ ନିର୍ଦେଶ କ୍ରେମ ଆମରି ଏହି ଅନୁଷ୍ଠାନ ହର ଘର ତ୍ରିରଙ୍ଗା ରାଲିର ଆୟୋଜନ କରିଥିଲା ଆମରି ଅନୁଷ୍ଠାନ ର ଛାତ୍ର ଛାତ୍ରୀ 77 ଫୁଟ ର ତ୍ରିରଙ୍ଗା ପତାକା ସହ ଭାରତ ମାତା କି ଜୟ ନାରା ରେ ସହର ରେ ରାଲି କରି ବେଶ ଖୁଶୀ ଓ ଆନନ୍ଦିତ ବୋଲି କହିଥିଲେ l ଆମରି ଏହି ଅନୁଷ୍ଠାନ ଦୀର୍ଘ 18 ବର୍ଷ ଧରି ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ଉତ୍କଳ ଦିବସ ପାଳନ କରିଆସୁଛି ବୋଲି ରାଜେଶ ନାଇଡ଼ୁ କହିଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ