June 20, 2026

ନିଶା ମୁକ୍ତ କରିବା ପାଇଁ ସଚେତନ ରାଲି 

Share

 

କାଶୀନଗର ପଞ୍ଚାୟତ ସମିତି ତରଫରୁ ଭାରତ ସରକାରଙ୍କ ଆଗକୁ ଥିବା ସ୍ୱାଧୀନତା ଦିବସକୁ ନିଶା ମୁକ୍ତ କରିବା ପାଇଁ “ବିକଶିତ ଭାରତର ମନ୍ତ୍ର, ଭାରତ ହୋ ନିଶା ସେ ସ୍ୱତନ୍ତ୍ର” ଏହି ଉଦେଶ୍ୟରେ

ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି. ଏହି ଶୋଭାଯାତ୍ରାରେ ସ୍ଥାନୀୟ ବାରଣାସୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଶା ମୁକ୍ତ ପାଇଁ ବିଭିନ୍ନ ନାରା, ପାମ୍ପଲେଟ ଦେଇ କାଶୀନଗର ସହର ପରିକ୍ରମା କରିଥିଲେ. ଏହି ନିଶା ମୁକ୍ତ ସଚେତନ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମ୍ବୁରୁ ଧର ମଲ୍ଲିକ, ପଞ୍ଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାହୁ, ସମାଜସେବୀ ହୃଷିକେଶ ଗୌଡ଼ ଓ ବାରଣାସୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ.

You may have missed