June 20, 2026

ଉମରକୋଟ ଠାରେ ମହା ପୁରୁଷଙ୍କ ପ୍ରତିମୂର୍ତ୍ତି ସଫା କଲେ ମନ୍ତ୍ରୀ……

Share

 

ଉମରକୋଟ-(ଏମ୍.ଦିନା°ଶୁ ଆଚାରୀ) ୭୮ତମ ସ୍ଵାଧୀନତା ଦିବସ ପାଳନ ତଥା ଆସନ୍ତା କାଲି ଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ଏହାକୁ ଦୃଷ୍ଟିରେ ରଖି ସ୍ଵାଧୀନତା ସଂଗ୍ରାମ ରେ ଭାଗ ନେଇଥିବା ମହା ପୁରୁଷ ଓ ସହରରେ ରହୁଥିବା ଅନ୍ୟ ମହା ପୁରୁଷ ଙ୍କ ପ୍ରତିମୂର୍ତ୍ତି ଗୁଡ଼ିକୁ ଉଚିତ୍ ସମ୍ମାନ ଦେବାକୁ ଆଗେଇ ଆସିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିଜ ନିର୍ବାଚନ ମଣ୍ଡଳୀ ଉମରକୋଟ ର ପୌରାଞ୍ଚଳ ରେ ରହୁଥିବା ସମସ୍ତ ମହା ପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକ ସଫା କରିଛନ୍ତି । ଆଜି ସକାଳୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ତାଙ୍କ କର୍ମୀଙ୍କ ସହ ମିଶି ଉମରକୋଟ ଡାଙ୍ଗରୀ ଗୁଡା ଠାରେଥିବା ନେତାଜୀ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହୋଇଥିଲା । ପରେ ଗୋପବନ୍ଧୁ ଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସହ ସହରର ରହିଥିବା ସମସ୍ତ ପ୍ରତିମୂର୍ତ୍ତି କୁ ସଫା କରିଥିଲେ । ସ୍ୱାଧୀନତା ଦିବସରେ ସମସ୍ତ ମହା ପୁରୁଷ ଙ୍କୁ ସମ୍ମାନ ଦେବା ଉଚିତ୍ । କୌଣସି ମହା ପୁରୁଷ ଙ୍କୁ ଯେପରି ଅସମ୍ମାନ ନହୁଏ ସେଥି ପ୍ରତି ସମସ୍ତ ନାଗରିକ ସଚେତନ ହେବା ବୋଲି କହିଛନ୍ତି ମନ୍ତ୍ରୀ।ମନ୍ତ୍ରୀ ଙ୍କ ସହ ସୁରେଶ କୁମାର ଆଚାର୍ଯ୍ୟ, ରାମ ନାୟକ, ପ୍ରଦୀପ ମିଶ୍ର, ଲୋକନାଥ ମହାପାତ୍ର, ଶ୍ରୀନିବାସ ମୂର୍ତ୍ତି, ପ୍ରଭାତ କୁମାର ନାୟକ, ଭବାନୀ ଶଙ୍କର ପଟ୍ଟନାୟକ, ମିଲୁ ପଣ୍ଡା, ବାବୁ ଶର୍ମା, ସଂତୋଷ ସରକାର୍, ରାମ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

You may have missed