ଗଜପତି:- ଜିଲ୍ଲାସ୍ତରୀୟ ୯୦ ହଜାର ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମିଶନ ଶକ୍ତି ଅଧୀନରେ ଥିବା ଗୋଷ୍ଟି ସ୍ତରୀୟ ମହାସଂଘ ମାନଙ୍କ ଦ୍ଵାରା ହର ଘର ତ୍ରିରଙ୍ଗା ଅଭିଯାନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଭାରତର ସ୍ୱାଧୀନତାର ୭୮ତମ ପାଳନ ଉପଲକ୍ଷେ ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଅବସର ରେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ ରେ ପ୍ରତ୍ୟେକ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ କେନ୍ଦ୍ର ସରକାର ଆହ୍ୱାନ ଦେଇଛନ୍ତି। ଏ ପରିପେକ୍ଷୀ ରେ ରାଜ୍ୟ ସରକାର ଆଦେଶ କ୍ରମେ ମିଶନ ଶକ୍ତି ସଂଘ ମାନଙ୍କ ମାଧ୍ୟମ ରେ ଜିଲ୍ଲାର ପ୍ରତ୍ୟେକ ପରିବାର କୁ ମାଗଣାରେ ଜାତୀୟ ପତାକା ବଣ୍ଟନ କରାଯିବ ।
ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଗୁଣନିଧି ନାୟକ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମରେ ସମସ୍ତ ୭ ଟି ବ୍ଲକ କୁ ୧୦ ହଜାର ଲେଖାଏଁ ଏବଂ ରହିଥିବା ଏନଏସି: ଓ ପୌରସଂସ୍ଥା କୁ ୧୦ ହଜାର ଲେଖାଏଁ ଏଭଳି ମୋଟ ୯୦ ହଜାର ଜାତୀୟ ପତାକା ବଣ୍ଟନ କରା ଯାଇଥିଲା । ଏହି ପତାକା ଜିଲ୍ଲାର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ଦ୍ୱାରା ପ୍ରତ୍ୟେକ ଘର ଘର ବୁଲି ବିନା ମୂଲ୍ୟରେ ଜାତୀୟ ପତାକା ବଣ୍ଟନ କରାଯିବ ବୋଲି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି।
ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ମିଶନଶକ୍ତି ସଂଯୋଜକ ଶ୍ରୀ ତିମନ୍ ବାରା , ମିଶନ ଶକ୍ତି ଡିପିଏ: ଶ୍ରୀମତୀ ମନସ୍ମିତା ପାତ୍ର , ଜିଲ୍ଲା ସଂସ୍କୃତ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ ପ୍ରମୁଖ ମଞ୍ଚାସିନ ଥିଲେ ।
ପ୍ରକାଶ ଯୋଗ୍ୟ ଯେ , ଏହି ଜାତୀୟ ପତାକା ରାୟଗଡ଼ ସ୍ଥିତ ପ୍ରିୟଦର୍ଶିନୀ ବ୍ଲକସ୍ତରୀୟ ମହାସଂଘ ୭୦ ହଜାର ଜାତୀୟ ପତାକା ସିଲାଇ କରିଥିବା ବେଳେ କାଶୀନଗର ସ୍ଥିତ ବଂଶଧାରା ବ୍ଲକସ୍ତରୀୟ ମହାସଂଘ ୧୦ ହଜାର ଏବଂ ରା: ଉଦୟଗିରି ସ୍ଥିତ ବ୍ଲକସ୍ତରୀୟ ମହାସଂଘ ୧୦ ହଜାର ଜାତୀୟ ପତାକା ସିଲାଇ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମରେ କାଶୀନଗର , ରା: ଉଦୟଗିରି ଓ ରାୟଗଡ଼ ସ୍ୱୟଂ ସହାୟିକା ଗୋଷ୍ଠି ବ୍ଲକସ୍ତରୀୟ ମହାସଂଘର ମହିଳା ଓ ଜାତୀୟ ପତାକା ସିଲେଇ ୩ ଟି ୟୁନିଟ ର ମହିଳାଙ୍କ ସମେତ ମିଶନ ଶକ୍ତି ର ସିଆରପି: , ଏମବିକେ: ଓ ବିପିସି ମାନେ ଉପସ୍ଥିତ ଥିଲେ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–