କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ
ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଦିନ କୁକୁଡ଼ାଖଣ୍ତି ବ୍ଳକ କାର୍ଯ୍ୟାଳୟ ସଭାଗୃହ ପରିସରରେ ବିଜୁ କନ୍ୟାରତ୍ନ ଯୋଜନା ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କୁସୁମ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ତି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏଥିରେ କୁକୁଡ଼ାଖଣ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ.ପଲ୍ଲବୀ ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ , ଜିଲ୍ଲା ଟ୍ରେନ ସ୍ମାଇଲ ଏନଜିଓ ସୁକୋଣ୍ଣା ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଶିଶୁଙ୍କ ସୁରକ୍ଷାକୁ ନେଇ ଯେଭଳି ଭାବରେ ଶିଶୁ ଅନୁକୂଳ ପଞ୍ଚାୟତ ଗଠନ କରିବା ପାଇଁ ଯେଉଁ ଲକ୍ଷ୍ଯ ରଖିଛନ୍ତି ତାହାକୁ ସଫଳ ରୂପାୟନ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମଞ୍ଚାସୀନ ଅତିଥିମାନେ ମତପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁପେରଭାଇଜର ଲିଜା ସେଠୀ ସଭା ପରିଚାଳନା କରିଥିଲେ।ଏହି ଅବସରରେ ପ୍ରତି ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କ ପଞ୍ଚାୟତବାସୀଙ୍କୁ ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ବନ୍ଦ , ବାଲ୍ୟବିବାହ ପ୍ରଥା ପ୍ରତି ପଞ୍ଚାୟତ କିମ୍ବା ଗ୍ରାମାଞ୍ଚଳରେ ବନ୍ଦ କରିବା , ଝିଅ ଚାଲାଣ ବନ୍ଦ , କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ , ଶିଶୁ ସୁରକ୍ଷା ଆଦି ପ୍ରଦାନ ଦିଗରେ ଆଲୋଚନା କରାଯାଇଥିଲା ଆୟୋଜିତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ସଂଘର ସଭାନେତ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ, ସମ୍ପାଦିକା ସୁଦଷ୍ଣା ପଟ୍ଟନାୟକ, କୋଷାଧ୍ୟକ୍ଷା ପ୍ରମିଳା ଜେନା, ସଂଯୁକ୍ତା ସାହୁ, ଡି.ରୁକ୍ମିଣୀ, ପି.ସୁଶୀଳା, ଇନ୍ଦିରା ପାତ୍ର,ବିବି ଦଳେଇ, ଶାନ୍ତିଲତା ଦେବୀ, ଲଳିତା ସାହୁ,
ସୁପରଭାଇଜର ମମତା ପଣ୍ଡା,ପ୍ରତିଭା ମହାନ୍ତି, ସ୍ମିତାମୟୀ ପ୍ରଧାନ, ଉଷା ପଟ୍ଟନାୟକ, ଶର୍ମିଷ୍ଠା ପଣ୍ଡା, ସାବିତ୍ରୀ ଜେନାଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ