June 1, 2025

ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, (ଡାକ୍ତର ଲେଖୁଛନ୍ତି ମିଳୁନି ଔଷଧ )

Share

 

ଗୁଣୁପୁର(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଏବେ ବିପର୍ଯ୍ୟସ୍ତ ହୋଇ ପଡିଛି । ପ୍ରଥମତଃ ଏଠାରେ ଆବଶ୍ୟକ ଡାକ୍ତର, ବିଶେଷଜ୍ଞ ନଥିବା ବେଳେ ବର୍ତ୍ତମାନ ସାଧାରଣ ଥଣ୍ଡା, କାଶ, କିମ୍ବା ଆଣ୍ଟିବୟୋଟିକ ଔଷଧ,ସିରପ କିଛି ବି ରୋଗୀଙ୍କୁ ମିଳୁନାହିଁ । କେବଳ ପାରସିଟାମଲ ଓ ଓଆରଏସ ଦେଇ କାମ ଚଳେଇ ଦେଉଥିବାରୁ ଅସନ୍ତୋଷ ଦେଖାଦେଇଛି।ବର୍ତ୍ତମାନ ପାଗ ପରିବର୍ତ୍ତନ,ୠତୁ ପରିବର୍ତ୍ତନ ହେଉ ଥିବାରୁ ଜ୍ୱର, ଥଣ୍ଡା, କାଶ, ମ୍ୟାଲେରିଆ, ଡେଙ୍ଗୁ, ହଇଜା ସ୍ଥାନେ ସ୍ଥାନେ ଦେଖାଯାଉଛି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଡାକ୍ତର ଯେଉଁ ଔଷଧ କିମ୍ବା ସିରପ ପ୍ରେସକ୍ରିପ୍ସନରେ ଲେଖୁଛନ୍ତି ସେଇଟା ମଧ୍ୟ ରୋଗୀଙ୍କୁ ଦିଆଯାଉନାହିଁ । ଖାଲି ପାରାସିଟାମଲ ଔଷଧ ଦେଉଥିବାରୁ ରୋଗୀ ଆଉ ଉପଖଣ୍ଡ ସରକାରୀ ଚିକିତ୍ସାଳୟକୁ ଭରସା କରି ପାରୁନାହାନ୍ତି । ତେବେ ବାସ୍ତବିକ ଡ଼ାକ୍ତରଖାନାକୁ ଥଣ୍ଡା, କାଶ, ଅନ୍ୟାନ୍ୟ ରୋଗ ପାଇଁ ମେଡ଼ିସିନ, ସିରପ ଆସୁନାହିଁ ନା ଥାଇବି ରୋଗୀଙ୍କୁ ଦିଆଯାଉ ନାହିଁ ଏହାର ତଦନ୍ତ କରିବା ନିହାତି ଆବଶ୍ୟକ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

You may have missed