June 13, 2026

ସାମୂହିକ ଔଷଧ ସେବନ ନିମନ୍ତେ ଗୋଷ୍ଠୀ ସ୍ତରୀୟ ପରିଚାଳନା କମିଟି ବୈଠକ

Share

 

 

 

ବେଲଗୁଣ୍ଠା, 01/08,ଚଳିତ ମାସ ଦଶ ତାରିଖରୁ ଓଡ଼ିଶା ସରକାରଙ୍କ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ଫାଇଲେରିଆ ନିରକାରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୋଷ୍ଠୀ ସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ଆବାହନରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଯୋଗ ଦେଇଥିବା ବେଳେ ସିଡିପିଓ ଉଷା ଲକ୍ଷ୍ମୀ ଦେବୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ରଥ, ସହର ମିଶନ୍ ପରିଚାଳକ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ,ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନସୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ I ମ୍ୟାଲେରିଆ ସୁପରଭାଇଜର କୃଷ୍ଣ ଚନ୍ଦ୍ର ଚୌଧୂରୀ ଫାଇଲେରିଆ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମକୁ ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ସମସ୍ତ କମ୍ୟୁନିଟି ହେଲଥ୍ ଅଫିସର୍, ମହିଳା ସ୍ୱାସ୍ଥ୍ୟ କର୍ମୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସାମାଜିକ କର୍ମୀ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ମାନେ ଫାଇଲେରିଆ ଔଷଧ ସେବନର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଏହାର ସେବନ ବିଧି ସମ୍ପର୍କରେ ବୁଝାଇଥିଲେ I ଔଷଧର କୌଣସି ପାର୍ଶ୍ଵପ୍ରତିକ୍ରିୟାକୁ ଅଯଥା ଭୟ ନକରି ଔଷଧ ବଣ୍ଟନ କରାଯାଇଥିବା ସ୍ଥାନରେ ହିଁ ସମସ୍ତେ କିପରି ଏକା ସାଙ୍ଗରେ ଔଷଧ ସେବନ କରିବେ ,ସେହି ସମ୍ପର୍କରେ ଆଲୋଚନା କରିଥିଲେ

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed