May 11, 2026

ସମ୍ବଲପୁରରେ ରକ୍ତ ସଂକଟ:୪ ଗୁରୁତର ରୋଗୀଙ୍କୁ ୪ ଜଣ ଦେଲେ ରକ୍ତ

Share

 

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ରକ୍ତର ଅଭାବ ସଙ୍କଟ ପରିସ୍ଥିତିରେ ରହିଛି।ଏପରିକି ରକ୍ତର ଅତି ଆବଶ୍ୟକତା ପଡୁଥିବା ରକ୍ତଶିକୁଳି ଓ ଥାଲ୍ଲାସେମିଆ ରୋଗୀମାନଙ୍କ ପାଇଁ ରକ୍ତ ମିଳିବା କଷ୍ଟ ହୋଇପଡିଛି।ଏଭଳି ଅବସ୍ଥାରେ ଆଜି ଏହି ଶ୍ରେଣୀର ୪ ଜଣ ରୋଗୀଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଦେବଦୂତ ପରି ଆଗେଇ ଆସିଥିଲେ ୪ ଜଣ ତକ୍ତଦାତା।

 

ପଙ୍କଜ ରାୟ,ରିଙ୍କୁ ନାଏକ, ଗୋବର୍ଧନ ମଲ୍ଲିକ ଏବଂ ଅଙ୍କିତ କେଡ଼ିଆ ନାମକ ୪ ଜଣ ରକ୍ତଦସତା ବୁର୍ଲା ରକ୍ତଭଣ୍ଡାର ଯାଇ ରକ୍ତଦାନ କରି ୪ ଗୁରୁତର ରୋଗୀଙ୍କ ଜୀବନ ରକ୍ଷାରେ ନିଜର ତ୍ୟାଗ ଦେଖାଇଛନ୍ତି।ଏହି ୪ ଜଣ ରକ୍ତଦାତାଙ୍କ ମହାନତାକୁ ସମ୍ବଲପୁର ସହରର ଅନ୍ୟତମ ସ୍ୱେଚ୍ଛାସେବୀ ରାମଦାସ ପଣ୍ଡା ପ୍ରଶଂସା କରିବା ସହିତ ସେମାନଙ୍କ ମହାନତାକୁ ସଲାମ ଜଣାଇଛନ୍ତି।ଅନ୍ୟ ପକ୍ଷରେ ଜିଲ୍ଲାରେ ରକ୍ତଦାନର ଘୋର ଅଭାବ ଯୋଗୁଁ ଉତ୍ସର୍ଗର ସୁଧିର ପୂଝାରୀ,ତ୍ୟାଗର ଦୂର୍ଗା ପାଢ଼ୀ,ରେଡକ୍ରସର ସଂପାଦକ ଜୟ ଜର୍ଜ ପ୍ରମୁଖ ଅନୁଷ୍ଠାନ ସହିତ ଜିଲ୍ଲାପ୍ରଶାନ ପକ୍ଷରୁ ରକ୍ତଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି।