October 5, 2024

ଚିରିକିପଡାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୩୬ ୟୁନିଟ୍ ରକ୍ତ ସଂଗ୍ରହ 

Share

ବୁଗୁଡ଼ା : ତା ୩୦/୦୭/୨୪ : ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଚିରିକିପଡ଼ା ମା ବ୍ୟାଘ୍ରଦେବୀ ଯୁବ ସସଂଦ ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମା ବ୍ୟାଘ୍ରଦେବୀ ଯୁବ ସଂସଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉକ୍ତ ଶିବିରରେ ୨ ଜଣ ମହିଳା ସଂଗୀତା ପ୍ରଧାନ ଓ ରଶ୍ମିତା ପ୍ରଧାନଙ୍କ ସମେତ ୩୬ ଜଣ ବ୍ଯକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କ ଡାକ୍ତର ଜଗଦୀଶ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ । ସଂସଦ ସଭାପତି ବିନାୟକ ସାହୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଶିବିର ପରିଚାଳନାରେ ଉପଦେଷ୍ଟା ସୁନୀଲ କୁମାର ବେହେରା,ଉପ ସଭାପତି ସୁନୀଲ ରଥ,ସମ୍ପାଦକ ପ୍ରଶାନ୍ତ ପୋଲାଇ,ସହ ସମ୍ପାଦକ କାହ୍ନୁ ଚରଣ ମାହାରଣାଙ୍କ ସମେତ ଅନ୍ଯ ସଦସ୍ୟବୃନ୍ଦ ସହଯୋଗ କରିଥିଲେ ।