October 5, 2024

ଶ୍ରାବଣ ଦ୍ବିତୀୟ ସୋମବାର , ବୁଦ୍ଧଖୋଲରେ କାଉଡିଆଙ୍କ ଭିଡ 

Share

ବୁଗୁଡ଼ା : ତା ୨୯/୦୭/୨୪ : ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ଶ୍ରାବଣ ମାସର ଦ୍ବିତୀୟ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଚଳିତ ବର୍ଷ ଦଳ ଦଳ କାଉଡିଆ ବୋଲବମ୍ ଡାକ ଦେଇ ବୁଦ୍ଧଖୋଲ ଶୈବପୀଠ ଅଭିମୁଖେ ପଦଯାତ୍ରା କରୁଛନ୍ତି । ବୁଗୁଡା ଅଞ୍ଚଳର ଶହ ଶହ କାଉଡିଆ ରୁଷିକୁଲ୍ଯା-ବଡନଦୀର ସଙ୍ଗମ ସ୍ଥଳରେ ପୁରୋହିତମାନଙ୍କ ଦ୍ବାରା ପବିତ୍ର ଜଳକୁ ଅଭିଷେକ ଆଦି ପୂଜାପାଠ ପୂର୍ବକ ମାନସିକ ବ୍ରତ ଧାରଣ କରି ଜଳ ଭାର ଘେନି ବାଟ ସାରା ହରହର ବମ୍ , ବୋଲ୍ ବମ୍ ଆଦି ଉଚ୍ଚାରଣ କରି ବୁଦ୍ଧଖୋଲରେ ପହଞ୍ଚି ସେଠାକାର ପଞ୍ଚଶମ୍ଭୁଙ୍କଠାରେ ଜଳାଭିଷେକ କରିଛନ୍ତି ।