October 6, 2024

ପାଲସିଂ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

Share

 

 

କାଶୀନଗର

ତା 29/7/24

 

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବ ଗ୍ରାମ ପଞ୍ଚାୟତର ପାଲସିଂ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର,ସ୍ଥାନୀୟ ତହସିଲଦାର ଅଶୋକ ପ୍ରଧାନ,ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମ୍ବୁରୁ ଧର ମଲ୍ଲିକ ଓ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ବୁଦୁରା, ଖଣ୍ଡାବା,ଗରିବନ୍ଧା ଓ ଅଲଡା ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ 115 ଗୋଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ସେଥି ମଧ୍ୟରୁ ବ୍ୟକ୍ତି ଗତ ଅଭିଯୋଗ ସମସ୍ୟା- 59 ଗୋଟି, କୋମ୍ୟୁନିଟି ଭିତ୍ତିକ ସମସ୍ୟା- 56 ଗୋଟି ଅଭିଯୋଗ ଗ୍ରହଣ କରାଯାଇ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ. ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ରାସ୍ତା ସମସ୍ୟା ସହ କାଶୀନଗର ହରିଜନ ବସ୍ତି ରେ ରହୁଥିବା ହରିଜନ ମାନଙ୍କୁ ଜାତି ଗତ ପ୍ରମାଣ ପତ୍ର ଦେବା ଓ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉପସଯୁକ୍ତ ସେବା, ପିଇବା ପାଣି, ସ୍ତ୍ରୀ ରୋଗ ବିଶେଷଜ୍ଞ, ମେଡ଼ିସିନ ବିଭାଗ ର ଡାକ୍ତର ନିଯୁକ୍ତି ଓ ଇଦୁଡ଼ି ଖଣ୍ଡାବା ରୋଡ଼ ନିର୍ମାଣ ଉପରେ ସାମୁହିକ ଅଭିଯୋଗ ଆସିଥିଲା .ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ସ୍ଥାନୀୟ ସରପଞ୍ଚ, ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟ