October 7, 2024

୧୯ ବର୍ଷ ରୁ କମ MR INDIA ପ୍ରତିଯୋଗିତା ର ଫାଇନାଲ ପାଇଁ ଉତ୍ତୀନ୍ନ ହେଈଛନ୍ତି ରାକେଶ ମେହେର 

Share

 

ପଦ୍ମପୁର/ବରଗଡ଼: (ଉପାନ୍ତ ଖବର) ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ କଂସର ପଞ୍ଚାୟତ ନିକଟସ୍ଥ ବନୁପାଲି ଗାଁର ରାକେଶ ମେହେର ବୟସ ୧୬ ବାପା : ସଂକୀର୍ତନ ମେହେର ମାଁ:ସଂଯୁକ୍ତା ମେହେର MISS & MR TEEN INDIA ତରଫରୁ ୧୯ ବର୍ଷ ରୁ କମ MISS & MR INDIA ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ସେମିଫାଇନାଳ ଦିଲ୍ଲୀ ର BLU Raddission (Paschim Vihar) ରେ ଅନୁଷ୍ଠିତ ହୋଇଥିଲା। ସେଥିରେ JUDGE ଥିଲେ Imran Khan (Bollywood Producer) Sambita Bose (Model) Sapna Priyadarsini,Dia Singh (Bolliwood Actress)Stefe Potel (South Actor )

ସେମିଫାଇନାଲ ରେ ଜିତି ଫାଇନାଲ ରେ ପ୍ରବେଶ କରିଛନ୍ତି। ଏପରି ଏକ ଛୋଟ ଗାଁ ରୁ ଯାଇ ସହର ରେ ନିଜର ପ୍ରତିଭା ଦେଖାଇ ନିଜ ଅଞ୍ଚଳ ତଥା ଜିଲ୍ଲା ଓଡିଶା ର ନାଁ ରଖିଛନ୍ତି ରାକେଶ l ରାକେଶ ଙ୍କ ଏହି ପ୍ରତିଭା ଦେଖି ତାଙ୍କ ପରିବାର, ଗାଁ,ତଥା ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି ଏବଂ ବିବିନ୍ନ ଅନୁଷ୍ଠାନ ର ବ୍ୟକ୍ତି ଵିଶେଷ ଅଭିନନ୍ଦନ ଜଣାଇଛନ୍ତି l

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)