November 25, 2024

ସମ୍ବଲପୁରୀ ଦିନ ପାଇଁ ଚିତ୍ରାଙ୍କନ ଏବଂ ରଙ୍ଗୋଲି ପ୍ରତିଯୋଗିତା 

Share

ଅଗଷ୍ଟ ୧ ସମ୍ବଲପୁରୀ ଦିନ ଉପଲକ୍ଷେ ଆଜି ତମ୍ମନା ଫାଉଣ୍ଡେସନ ଏବଂ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ସାକ୍ଷୀପଡା ଭେଟେନେରୀ କେମ୍ପସ ଠାରେ ଦିନ ୧୦ ଘଟିକା ସମୟରେ ଚିତ୍ରାଙ୍କନ ଏବଂ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ସବଜୁନିଅର, ଜୁନିଅର ଏବଂ ସିନିଅର ତିନୋଟି ବର୍ଗର ପ୍ରତିଯୋଗି ଭାଗ ନେଇଥିଲେ ଏହି ପ୍ରତିଯୋଗିତାରେ ସର୍ବମୋଟ ୮୭ ଜଣ ପ୍ରତିଯୋଗି ଭାଗ ନେଇଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ମାଁ ସମଲେଇ ଏବଂ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ପ୍ରତିମାର ପୂଜାର୍ଚନା ସହ ଅତିଥି ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ତମ୍ମନା ଫାଉଣ୍ଡେସନର ନିର୍ଦେଶକ ଡା ଅଞ୍ଜନ କୁମାର ଦାସ, ପରିଚାଳନା ନିର୍ଦେଶକ ସୁରେନ୍ଦ୍ର କୁମାର ବଗର୍ତି,ସାଧାରଣ ସମ୍ପାଦକ ଆକାଶ ଶତପଥୀ,ମାର୍ଗଦର୍ଶକ ସୁଧୀର ପୂଜାରୀ,ମୁଖ୍ୟ କୁନୁଆଁ ଡା ପର୍ଶୁରାମ ପଣ୍ଡା,ସମ୍ମାନିତ କୁନୁଆଁ ଡ଼ ସୁଷମା ସାହୁ,ପଶ୍ଚିମାଞ୍ଚଲ ଏକତା ମଞ୍ଚର ଜିଲ୍ଲା ସଂଯୋଜକ ଦେବାଶିଷ ବେହେରା,ସରୋଜିନୀ ବନଛୋର,ଝୁନୁ ତ୍ରିପାଠୀ, ସୌଭାଗିନୀ ପଟେଲ,ବଳରାମ ହୋତା,ଭୋଳାଶଙ୍କର ମହତ୍ତମ, କ୍ଷିତୀଶ ବାଗ,ଜେମାଦେଇ ବଗର୍ତି,ପ୍ରଜ୍ଞା ପଟ୍ଟନାୟକ,କିଶୋର ଦାସ, ନନ୍ଦିତା ପ୍ରଧାନ,ସ୍ୱସ୍ତିକା ନାୟକ ଏବଂ ସଂଯୁକ୍ତା ପ୍ରଧାନ,ଅମିତାଭ ମାଝୀଙ୍କ ସହ ତମ୍ମନା ଫାଉଣ୍ଡେସନ ଏବଂ ପଶ୍ଚିମାଞ୍ଚଲ ଏକତା ମଞ୍ଚର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ଉପସ୍ଥିତ ଥିଲେ l ପ୍ରତିଯୋଗିତାରେ ସୁଦାମ ପଣ୍ଡା ଏବଂ ଦେବାଶିଷ ପ୍ରଧାନ ବିଚାରକ ଦାୟିତ୍ୱ ତୁଲାଇଥିଲେ l

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed