October 7, 2024

ଉମରକୋଟ ପ୍ରଜା ପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଠାରେ ୩୩ତମ ବାର୍ଷିକ ଉତ୍ସବ ପାଳନ……

Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)୨୮/୦୭/୨୦୨୪ଆଜି ପ୍ରଜା ପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ବ ବିଦ୍ୟାଳୟ, ଉପସେବା କେନ୍ଦ୍ର, ଉମରକୋଟ ଠାରେ ତାର ୩୩ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପେଣ୍ଡରାଣି କଲେଜର ଅଧକ୍ଷ ଡକ୍ଟର ଅନୀଲ କୁମାର ମିଶ୍ର ଯୋଗ ଦେଇଥିଲେ ।ସେହିପରି ସ୍ନମାନିତ ଅତିଥି ଭାବେ ଯୋଗ ଦେଇଥିଲେ ,ଜୟପୁର ଶାଖାର ବରିଷ୍ଠ ବ୍ରହ୍ମ କୁମାର ଶ୍ରୀ ଶିବ ପ୍ରସାଦ ମଣ୍ଡଳ ଓ ବରିଷ୍ଠ ଶିକ୍ଷା ବିତ ତଥା ଲେଖକ ଶ୍ରୀ ପ୍ରଫୁଲ କୁମାର ରାଉତ ଓ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ପ୍ରତିନିଧି ତଥା ବରିଷ୍ଠ ଓକିଲ ଶ୍ରୀ ରାମ ନାୟକ ଯୋଗ ଦେଇଥିଲେ।ସେହିପରି ବରଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉମରକୋଟ ବ୍ରହ୍ମ କୁମାରୀ ଉପ ସେବା କେନ୍ଦ୍ରର ,ବ୍ରହ୍ମ କୁମାରୀ ମନ୍ଦାକିନୀ ଭଉଣୀ,ଓ ବରିଷ୍ଠ ସଦସ୍ୟ ଶ୍ରୀ ରାମ ଚନ୍ଦ୍ର ରାମ ଓ ଡାକ୍ତର ଶ୍ରୀ ଉମେଶ ଚଦ୍ର ସାହୁ। ସେହିପରି ଝରିଗାଁ ବ୍ରହ୍ମ କୁମାରୀ ଉପ ସେବା କେନ୍ଦ୍ରର ସଦସ୍ୟା ବ୍ରହ୍ମ କୁମାରୀ ଉର୍ମିଳା ଭଉଣୀ ଓ ରାଇଘର ଉପ ସେବା କେନ୍ଦ୍ରର ସଦସ୍ୟା ବ୍ରହ୍ମ କୁମାରୀ ରଜନୀ ଭଉଣୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସଭପତିତ୍ୱ କରିଥିଲେ ଉମରକୋଟ,ବ୍ରହ୍ମ କୁମାରୀ ଉପ ସେବା କେନ୍ଦ୍ରର ମୁଖ୍ୟ ବ୍ରହ୍ମ କୁମାରୀ ମନ୍ଦାକିନୀ ଭଉଣୀ। ପ୍ରଥମେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଅତିଥି ମାନେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଏହାପର ଉପସ୍ଥିତ ଅତିଥି ମାନଙ୍କୁ ବ୍ରହ୍ମ କୁମାରୀ ଉପ ସେବାକେନ୍ଦ୍ରର ସଦସ୍ୟା ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ନମାନିତ କରାଯାଇଥିଲା। ଅତିଥିମାନେ ଇଶ୍ୱରଙ୍କ ଅଲୌକିକ ଶକ୍ତି ଲାଭ କରିବାକୁ ହେଲେ ସମସ୍ତଙ୍କୁ ଏହିପରି ଧାର୍ମିକ ଅନୁଷ୍ଠାନ ସହିତ ନଜକୁ ଯୋଡିବାକୁ ପଡ଼ିବାକୁ ପଡିବ ଏବଂ ଏହି ଶିକ୍ଷା କେନ୍ଦ୍ର ରେ ସାତ ଦିନର ପାଠ୍ୟ ଶିକ୍ଷା ଲାଭ କଲେହିଁ ବାବାଙ୍କ କିଛ ଦିବ୍ୟ ଜ୍ଞାନ ଲାଭ କରିପାରିବେ ବୋଲି ବକ୍ତା ମାନେ ତାଙ୍କ ବକ୍ତବ୍ୟ ରେ କହିଥିଲେ। ଏହାପରେ ଏହି ସେବା କେନ୍ଦ୍ରର ବରିଷ୍ଠ ସଦସ୍ୟ ଶ୍ରୀ ମୁକୁନ୍ଦ ପ୍ରସାଦ ରଣା ଙ୍କ କିଛି ଦିନ ତଳେ ତାଙ୍କରି ଦେହାନ୍ତ ହୋଇଥିଲା।ତେଣୁ ଏହି ଅନୁଷ୍ଠାନ ତରଫରୁ ତାଙ୍କରି ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା। ଏବଂ ତାଙ୍କରି ଧର୍ମ ପତ୍ନୀ କୁମୁଦିନୀ ରଣାଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ନମାନିତ କରା ଯାଇଥିଲା।ଏହି କାର୍ଯ୍ୟକ୍ରମଟିର ମଞ୍ଚ ପରିଚାଳନ କରିଥିଲେ ବ୍ରହ୍ମକୁମାରୀ ସନ୍ଧ୍ୟା ଭଉଣୀ। ଏହି ଅନୁଷ୍ଠାନର ୩୩ବର୍ଷ ପୂର୍ତ୍ତି,ଅବସରରେ ଅନୁଷ୍ଠାନର ଜନ୍ମଦିନ ଓ ବରିଷ୍ଠ ସଦସ୍ୟ ଡାକ୍ତର ଉମେଶ ଚନ୍ଦ୍ର ସାହୁଙ୍କ ଅଲୌକିକ ଜନ୍ମ ଦିନ ଅବସରରେ କେଣ୍ଡାଲ ଦୀପ ଜାଳି ,କେକ୍ କାଟି ଜନ୍ମ ଦିନ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଅନୁଷ୍ଠାନର ସଦସ୍ୟା ଲକ୍ଷ୍ମୀ ଭଉଣୀ,ବେଲ ଭଉଣୀ,ସନନ୍ଦା ଭଉଣୀ,ଓ ସଦସ୍ୟ ଇଶ୍ୱର ଭାଇ,ସନ୍ତୋଷ ଭାଇ,ଚିତ ଭାଇ,ଅଲେଖ ଭାଇ,ହରି ଭାଇଙ୍କସହ ଅନ୍ୟ ସଦସ୍ୟ, ସଦସ୍ୟା ମାନେ।ଏହି କାର୍ଯ୍ୟକ୍ରମରେ ତିନିସହ ରୁ ଉର୍ଦ୍ଧ ବରିଷ୍ଠ ବିଜ୍ଞବ୍ୟକ୍ତି ଙ୍କ ସହ ଝରିଗାଁ, ରାଇଘର, ଡାବୁଗାଁ,ଉମରକୋଟ ଅଂଚଳର ଜଡିତ ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାର ସଦସ୍ୟ ଶ୍ରୀ ରାମଚନ୍ଦ୍ର ରାମ।