October 5, 2024

କାଶୀନଗର ଶ୍ରୀରାମ କନିଷ୍ଠ ମହାବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ

Share

 

କାଶୀନଗର ଠାରେ ଥିବା ବ୍ଲକ ଶିକ୍ଷା ଅନୁଷ୍ଠାନ କୁ ଗଜପତି ଜିଲ୍ଲା ଶିକ୍ଷା ଅଧୁକାରୀ ମାୟାଧର ସାହୁ ପହଞ୍ଚି କାଶୀନଗର ଠାରେ ଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗଙ୍କୁ ପଚାରି ବୁଝି ଥିଲେ. ଏହି ବ୍ଲକର ରାଣୀପେଣ୍ଠ ଉଚ୍ଚ ବିଦ୍ୟାଳୟ ରୁ ଦଶମ ଶ୍ରେଣୀ ପାସ ହୋଇ ଛାତ୍ର ଛତ୍ରୀ ମାନେ ପ୍ରମାଣ ପତ୍ର ନେବା ସମୟରେ ଟଙ୍କା ନେଣଦେଣ ହେଉଥିବା ଅଭିଯୋଗ ବିଷୟରେ ଵି ଇ ଓ ଙ୍କ ଠାରୁ ଅନୁସନ୍ଧନ କରି ବୁଝି ରିପୋର୍ଟ ଦେବାପାଇଁ କହି ଥଲେ. ସେହିପରି ବାରଣାସୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ଯୋଗାଯୋଗ କରି ପ୍ରମାଣ ପତ୍ର ନେବା ସମୟରେ ଟଙ୍କା ନେବା କଥା ବୁଝିବାରୁ ଏହି ବିଦ୍ୟାଳୟ ରେ ସେମିତି କିଛି ହେଉ ଥିବା ତାଙ୍କ ନଜର କୁ ଆସି ନ ଥିବା ସେ ପ୍ରକଶ କରି ଡି ଇ ଓ ଙ୍କ ଅବଗତ ସକାଶେ ଏକ ରିପୋର୍ଟ କରି ତାଙ୍କ ନିକଟକୁ ସେ ପଠାଇଥିବା ସୂଚନା ଦେଇଛନ୍ତି. ଡି ଇ ଓ ମହୋଦୟ ସ୍ଥାନୀୟ ଶ୍ରୀରାମ କନିଷ୍ଟ ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଆଇ ଟି ଓ ଡ଼ାଇରୀ ଫୋର୍ମ ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ହେଉଥିବା ସାକ୍ଷାତ ପରୀକ୍ଷାରେ ଉପସ୍ଥିତ ରହିଥିବା ସୂଚନା ହସ୍ତଗତ ହୋଇଛି. ଏହି ଦୁଇଟି ବିଭାଗ ମଧ୍ୟରୁ ଆଇ ଟି ବିଭାଗ ରେ ଜଣେ ମନୋନୀତ ହୋଇଥିବା ଜଣାପଡୁଛି. ଶ୍ରୀରାମ ମହାବିଦ୍ୟାଳୟ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ମହାବିଦ୍ୟାଳୟର ଅନୁସଙ୍ଗିକ ଉନ୍ନତି ଓ ଏଠାରେ ଖାଲି ଥିବା ସମସ୍ତ ପଦବୀ ଯଥାଶୀଘ୍ର ପୂରଣ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅନୁରୋଧ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର