November 25, 2024

ରାୟଗଡ ଜିଲ୍ଲାରେ କୌଶଳ ରଥ ପରିକ୍ରମା ।ଯୁବ ଦକ୍ଷତା ବିକାଶର ପ୍ରଚାର ..

Share

ରାୟଗଡ : ଗତ ୧୫ତାରିଖ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ଦକ୍ଷତା ରଥ ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ମହାବିଦ୍ୟାଳୟ ଠାରେ ୨୨ତାରିଖ ସନ୍ଧ୍ୟାରେ ପହଁଚିବା ପରେ ୨୩ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ସୁଶ୍ରୀ କିରନ ଦୀପ କୌରଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ରାୟଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ବୁଲି ଯୁବକ ମାନଙ୍କୁ ଦକ୍ଷତା ବିକାଶ ଉପରେ ସଚେତନ କରିବା ନିମନ୍ତେ ପରିକ୍ରମା କରିଥିଲା । ଗୁଣପୁର ବସ ଷ୍ଟାଣ୍ଡ ନିକଟରେ ଏକ ରୋଡ ସୋ ର ଶୁଭାରମ୍ଭ ସମୟରେ ଉପ ଜିଲ୍ଲାପାଳ ଗୁଣପୁରଙ୍କ ସମେତ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର, କନିଷ୍ଠ ନିୟୋଜନ ଅଧିକାରୀ ସନ୍ତୋଷ କୁମାର ନନ୍ଦ, ଦକ୍ଷତା ବିକାଶ ବିଭାଗର ପ୍ରିୟ ରଞ୍ଜନ ଦାଶ, ଜିଆଇଇଟି ଡିନ ଏନ ଭି ଜେ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ତତପରେ ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଛାତ୍ର ଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ରଥର ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ କୌଶଳ ରଥ ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟଗୁଣପୁର ବାଇପାସ ଛକ, ଗୁଣପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ପୁଟାସିଂ, ଗୁଣପୁର ମହାବିଦ୍ୟାଳୟ, ଖିଲାମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦ୍ରୌପଦୀ ବିଦ୍ୟାପୀଠ, ଗୁମୁଡ଼ା, ପାଳୁପାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମଝିଘରିଆଣି ଯାନ୍ତ୍ରିକ ମହାବିଦ୍ୟାଳୟ, ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣା, ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଷମକଟକ, ଗଜବହଲ ଶିଳ୍ପ ତାଲିମ କେନ୍ଦ୍ର, ଉଗ୍ରତାରା ଉଚ୍ଚ ବିଦ୍ୟାଳୟ, ରାମକୃଷ୍ଣ ମିଶନ, ମୁନିଗୁଡା, ଜି ସି ଡି ଉଚ୍ଚ ବିଦ୍ୟାଳୟ, ଉତ୍କଳ ଗୌରବ ମଧୁସୂଦନ ଯାନ୍ତ୍ରିକ ମହାବିଦ୍ୟାଳୟ, ରାୟଗଡ଼ ଆଦି ପରିକ୍ରମା କରିବା ପରେ ରାୟଗଡ ସ୍ଥିତ ବାରିଝଲା ଏକଲବ୍ୟ ମଡେଲ ବିଦ୍ୟାଳୟ ଠାରେ ଉଦଯାପିତ ହୋଇଥିଲା ।

୨୬ତାରିଖ ଅପରାହ୍ନ ୪ଘଟିକା ସମୟରେ ଉଦଯାପନୀ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଯାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାୟଗଡ ଆରକ୍ଷୀ ଅଧିକ୍ଷକ ହରିଷ ବି ସି, ରାୟଗଡ ଉପ ଜିଲ୍ଲାପାଳ କଲ୍ୟାଣି ସଂଘମିତ୍ରା ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କୌଶଳ ରଥ ଜିଲ୍ଲା ପରିକ୍ରମା କରିବା ସହ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ଆଇ ଟି ଆଇ ଆଦିର ଯୁବକ ମାନଙ୍କୁ ଦକ୍ଷତା କୌଶଳ ବିଷୟରେ ସଚେତନ କରିଥିବାରୁ ଅତିଥିମାନେ ଭୁୟସିଂ ପ୍ରଶଂସା କରିଥିଲେ । କୌଶଳ ରଥ ରାୟଗଡ ଜିଲ୍ଲା ପରିକ୍ରମା କରିବା ପରେ କୋରାପୁଟ ଜିଲ୍ଲା ପରିକ୍ରମା କରି ସଚେତନତା କରିବ, ରଥକୁ କୋରାପୁଟ ଜିଲ୍ଲା ପ୍ରଶାସନକୁ ଅର୍ପଣ କରାଯାଇଥିଲା । ପରିଶେଷରେ ଜିଲ୍ଲା ଦକ୍ଷତା ଅଧିକାରୀ ତଥା

ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed