October 5, 2024

ବର୍ଦ୍ଧିତ ଦରମା ପ୍ରଦାନ ଦାବୀ କରୁଥିବା ସ୍ୱଚ୍ଛ ସୁପେରଭାଇଜର ଓ ସାଥୀଙ୍କୁ ସମର୍ଥନ କରି ସ୍ମାରକ ପତ୍ର ପ୍ରଦାନ…

Share

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ନିୟୋଜିତ ହୋଇଥିବା ସ୍ୱଚ୍ଛ ସୁପେରଭାଇଜର ଓ ସ୍ୱଚ୍ଛ ସାଥୀଙ୍କୁ ରାଜ୍ୟ ସରକାର ବର୍ଦ୍ଧିତ ହାରରେ ପରିଶ୍ରମିକ ଦେବା ପାଇଁ ସେମାନେ କରୁ ଥିବା ଦାବୀକୁ ସମର୍ଥନ କରି କାଶୀନଗର ଏନ.ଏ.ସି ଉପାଧ୍ୟକ୍ଷ ରଘୁରାମ ସାହୁ ଓ କେତେକ ୱାର୍ଡ ସଭ୍ୟଙ୍କ ସହ ମିଶି କାର୍ଯ୍ୟରତ ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ. ସ୍ୱଚ୍ଛ ସୁପେର ଭାଇଜର ମାନେ 8000 ଟଙ୍କା ଓ ସ୍ୱଚ୍ଛ ସାଥୀ ମନଙ୍କୁ ମାସିକ 40000 ଟଙ୍କା ପାରିଶ୍ରମିକ ମିଳୁଥିବା ବେଳେ ସେମାନେ 8000 ଟଙ୍କାକୁ ଓ 12000 ଟଙ୍କାକୁ ବୃଦ୍ଧି କରିବାକୁ ଦାବୀ ରଖିବା ସହ ସେମାନଙ୍କୁ ସରକାରୀ ମାନ୍ୟତା, ପ୍ରସୂତି କାଳୀନ ସୁବିଧା, ଇ ପି ଏଫ ଓ ଇ ଏସ ଆଇ ସୁବିଧା ପ୍ରଦାନ ଏଭଳି ବିଭିନ୍ନ ଦାବୀ ସ୍ମାରକ ପାତ୍ରରେ ଉଲ୍ଲେଖ ହୋଇଛି ଏବଂ ଏହି ଦାବୀ ଗୁଡିକ ରାଜ୍ୟ ସରକାର ଯଦି ଅତିଶୀଘ୍ର ପୂରଣ ନ କରନ୍ତି ତାହେଲେ ସ୍ୱଚ୍ଛ ସୁପେରଭାଇଜର ଓ ସ୍ୱଚ୍ଛ ସାଥୀ ମିଳିତ ଭାବେ 29/7/24 ତାରିଖ ଦିନ ବିଧାନସଭା ଘେରାଉ କରିବେ ବୋଲି ଉପାଧ୍ୟକ୍ଷ ଶ୍ରୀ ସାହୁ ସୂଚନା ଦେଇଛନ୍ତି.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର