October 5, 2024

ପ୍ରକୃତି ସଂରକ୍ଷଣ ପାଇଁ ବୃକ୍ଷ ରୋପଣ ର ନିହାତି ଆବଶ୍ୟକ

Share

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ରଘୁନାଥପୁର ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଓ ଗଞ୍ଜାମ ସାହିତ୍ୟ ଘରର ମିଳିତ ୭୫ତମ ବନମହୋତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବାରିକ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ ସମ୍ମାନିତ ଅତିଥି ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ରଶ୍ମିତା ଜେନା, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ, ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ ପ୍ରମୁଖ ଙ୍କୁ ସମାଜ ସେବୀ ପୂର୍ଣଚନ୍ଦ୍ର ପଣ୍ଡା ଅତିଥି ମାନଙ୍କୁ ମଞ୍ଚ କୁ ସ୍ୱାଗତ କରିବା ସହ ଉପଢକାନ ଦେଇ ସଂମ୍ମାନିତ କରିଥିଲେ l ଅତିଥି ମାନେ ସଂପ୍ରତି ପରିବେଶ ପ୍ରଦୂଷଣ ଓ ଏହାର ନିରାକରଣ ପାଇଁ ବୃକ୍ଷରୋପଣ ର ଆବଶ୍ୟକତା ଉପରେ ଅଲେକପାତ କରିଥିଲେ। ବୃକ୍ଷରୋପଣ ଆବଶ୍ୟକତା ଉପରେ ଆଧାରିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଶିତ, “ଗଛ ଟିଏ ମୁ ଗଛ ଟିଏ” ବେଶ ଚିତ୍ତାକର୍ଷକ ହୋଇଥିଲା। ପୂର୍ବରୁ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବତ୍କୃତା, ପ୍ରବନ୍ଧ, ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇ ଚୟନ କରାଯାଇଥିବା କୃତି ଛାତ୍ରଛାତ୍ରୀ ଇତିଶ୍ରୀ ସାହୁ, ସଂନ୍ଧାରାଣୀ ନାହାକ, ହିମାଂଶୁ ପ୍ରଧାନ,ଆକାଶ ସାହୁ, ଚନ୍ଦନ ସାହୁ ପ୍ରଭୃତିଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମହାରଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୁରୁମା ଦୀପାସାହୁ, ରୂପାଲି ମୁଦୁଲି, ମାମାଲି ସାହୁ ଓ ଗୁରୁଜୀ ରାକେଶ ଛୋଟରାୟ ସହଯୋଗ କରିଥିଲେ।ସଭାଶେଷରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ଵାରା ଓ ଗୁରୁମା ସ୍ବପ୍ନାରାଣୀ ପାତ୍ର, ସଂଧ୍ୟା ପ୍ରଧାନ, ଜାଗୃତି ସାହୁ, ବିଦେଶିନୀ ମାଳୀ, ପୂଜା ସ୍ବାଇଁ, ଅଞ୍ଜନା ମୁଦୁଲି ମାନଙ୍କଦ୍ଵାରା ବୃକ୍ଷରୋପଣ କାର୍ଯକ୍ରମ ଶୁଭାରମ୍ଭ କରାଯାଇଥିଲା। ପୂର୍ବ କାର୍ଯସୂଚୀ ଅନୁଯାୟୀ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ଗୋଟିଏ ଲେଖାଏଁ ଚର ଯୋଗାଇ ଦିଆଯାଇଥିଲା। ଅଧ୍ୟାପକ ଗିରିଶ ଆଚାର୍ଯ୍ୟ, ସମ୍ବାଦ ପ୍ରତିନିଧି ଲକ୍ଷ୍ମୀ ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ, ବିଦ୍ୟାମନ୍ଦିର ର ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।(ପ୍ରଦୀପ କୁମାର ପଣ୍ଡା )