October 5, 2024

ଦଦରାଖୋଲରେ ବ୍ଯାପିଛି ହଇଜା , ବହୁ ଲୋକ ଆକ୍ରାନ୍ତ , ୪ ଗୁରୁତର 

Share

 

ବୁଗୁଡା : ତା ୨୪/୦୭/୨୪ : ବୁଗୁଡା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଦଦରାଖୋଲ ଗାଁର ବହୁ ଲୋକ ହଇଜା ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ୪ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ , ଗତକାଲି ଠାରୁ ହଇଜାରେ ଆକ୍ରାନ୍ତ ହୋଇ ପୁରୁଣା ଦଦରାଖୋଲ ଗ୍ରାମର ବହୁ ଲୋକ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହୋଇ ସୁସ୍ଥାବସ୍ଥାରେ ଘରକୁ ଫେରିଥିବା ବେଳେ ଗୁଡୁଲି ବେହେରା (୧୮) , ମନୋଜ ବେହେରା (୨୨) , ସୁଚିତ୍ରା ଗୌଡ (୨୧) ଓ ଶୁଭମ୍ ଗୌଡ (୧୦) ପ୍ରମୁଖ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ତେବେ ବର୍ଷା ଦିନରେ ଦଦରାଖୋଲ ଗାଁରେ ହଇଜା ଦେଖା ଦେଇଥିବାରୁ ସେହି ଗାଁର ଜଳ ଓ ପରିମଳ ବ୍ୟବସ୍ଥା ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।