May 15, 2026

ଲଗାତାର ପେଟ୍ରୋଲ ପମ୍ପ ଡକାୟତି କରି ଆତଙ୍କ ସୃଷ୍ଟି କରିଥିବା ୧୦ ଜଣିଆ ଡକାୟତ ଗିରଫ୍ 

Share

 

ସମ୍ବଲପୁର— ଏସ୍ ପି ସମ୍ବଲପୁର ଙ୍କ ତଥ୍ୟ ଅନୁଯାଇ ନିକଟରେ ୧୦ ଜଣିଆ ଡକାୟତ ଦଳ ନାମରେ ୨୧ ଟି କେସ୍ ହୋଇଛି । ସେଥିମଧ୍ୟରୁ ସମ୍ବଲପୁର ରେ ୧୫ ଟି,ଦୁଇଟା ବରଗଡ, ବଲାଙ୍ଗୀର ଝାରସୁଗୁଡ଼ା ରେ ଗୋଟିଏ ଲେଖାଁଏ ଓ ଦୁଇଟା ସୁନ୍ଦରଗଡ ଜିଲ୍ଲାରେ କେସ୍ ରହିଛି । ସେମାନଙ୍କ ଠାରୁ ୪୮୦ ଗ୍ରାମ ସୁନା ଅଳଙ୍କାର , ୧୬୫ ଗ୍ରାମ ରୂପା,୩୫ ଟି ରୂପା ମୁଦ୍ରା, ୫ ଲକ୍ଷ୍ୟ ୧୨ ହଜାର ନଗଦ ଟଙ୍କା , ୧୪ ଟି ମୋବାଇଲ , ୪ ଟି ବାଇକ୍ , ଗୋଟିଏ ସ୍କୁଟି,ଦୁଇ ବୋଲେରୋ , ଦୁଇ ଟ୍ରାକ୍ଟର ସହ ବିଭିନ୍ନ ପ୍ରକାର ର ମାରଣାସ୍ତ୍ର ଜବତ କରିଛି ସମ୍ବଲପୁର ପୋଲିସ । ଗିରଫ ୧୦ ଜଣ ହେଲେ ୧. ମଦନ ସୁନ୍ଦର ଖଡିଆ (୩୧ ବର୍ଷ),୨. ସଚିନ ଖଡ଼ିଆ (୨୨ବର୍ଷ),୩.ସଞୟ ଖଡ଼ିଆ (୨୦ ବର୍ଷ),୪. ସୂଦରର୍ଶନ ଖଡ଼ିଆ (୨୮ବର୍ଷ),୫.ବିକାଶ ଖଡ଼ିଆ (୧୯ ବର୍ଷ),୬.ବୁଲୁ କନ୍ଧ (୨୦ ବର୍ଷ) ,୭.ସୁନୀଲ ମାଝୀ (୧୯ ବର୍ଷ),୮.ଅନିଲ ମାଝୀ (୩୨ ବର୍ଷ), ୯.ଭୁବନ ଲୁହୂରା (୨୩ବର୍ଷ) ଓ ୧୦.ସ୍ବରାଜ ମେହେର ୨୪ ବର୍ଷ । ଏମାନଙ୍କ ମଧ୍ଯରୁ ସଞୟ ଖଡ଼ିଆ,ମଦନ ସୁନ୍ଦର ଖଡିଆ ଓ ସୂଦରର୍ଶନ ଖଡ଼ିଆ ଙ୍କ ନାମରେ କ୍ରିମିନାଲ ମାମଲା ରହିଛି । ଏମାନେ ବିଷେଶ କରି ପେଟ୍ରୋଲ ପମ୍ପ, ରାଇସ୍ ମିଲ୍ ଓ ମଦ ଭାଟି କୁ ଟାର୍ଗେଟ କରୁଥିଲେ ।

 

ସମ୍ବଲପୁରରୁ ଆମ ପ୍ରତିନିଧି ରାଜାରାମ ଷଡଙ୍ଗୀଙ୍କ ରିପୋର୍ଟ