October 5, 2024

ଉମରକୋଟ ରେ ପୁଣି ଏକ ଅଭିନବ ଉପାୟ ରେ ଠକେଇ ……

Share

 

ଉମରକୋଟ କୋର୍ଟ ରେ ପିଅନ ଚାକିରି କରେଇ ଦେବି କହି ୨୦ ହଜାର ଟଙ୍କା ଓ ଦାମୀ ମୋବାଇଲ ଧରି ଫେରାର…….

 

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ) ଉମରକୋଟ ସହର ରେ ଜଣେ ଲେମ୍ପ ନିର୍ଦ୍ଧେଶକ ଙ୍କ ଘରେ ଡେଲିଭେରି ବୟ କହି ୪ ଦୃର୍ବୁତ୍ତ ବନ୍ଧୁକ ମୁନ ରେ ସୁନା ଓ ଟଙ୍କା ଲୁଟ ଘଟଣାର ୪୮ ଘଣ୍ଟା ନ ହେଉଣୁ ଆଉ ଜଣେ ନିରୀହ ଯୁବକ ଠକାମୀ ର ଶିକାର ହେଇଛନ୍ତି। ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଙ୍କ କୋର୍ଟ ରେ ପିଅନ ଚାକିରି କରେଇ ଦେବି ବୋଲି ପ୍ରଲଭନ ଦେଖାଇ ୨୦ ହଜାର ଟଙ୍କା ଓ ମୋବାଇଲ ଧରି ଜଣେ ଫେରାର ହେଇ ଯିବା ଘଟଣା ସମଗ୍ର ଅଞ୍ଚଳ ରେ ଚାନ୍ଚଲ୍ୟ ସୃଷ୍ଟି କରିଛି।ଉମରକୋଟ ଥାନା ରେ ହେଇ ଥିବା ଲିଖିତ ଅଭିଯୋଗ ଅନୁସାରେ ଉମରକୋଟ ଥାନା ଅଧୀନରେ ଆସୁଥିବା ଝରିଗାଁ ବ୍ଲକ ର କଡରି ଛାପ ଗ୍ରାମ ପଞ୍ଚାୟତ ର ଚିକିଲି ଗ୍ରାମ ର ଗଜେନ୍ଦ୍ର ଗୌଡ଼ ୨୧ ବର୍ଷ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ତେବେ ୨୨/୬/୨୦୨୪ ତାରିଖ ଦିନ ରାଜେନ୍ଦ୍ର ଘର କୁ ଫେରିବା ପାଇଁ ଚେନ୍ନାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନ ରେ ଟ୍ରେନ କୁ ଅପେକ୍ଷା କଲା ବେଳେ ଜଣେ ଅଜଣା ବ୍ୟକ୍ତି ମୋ ଘର ନବରଙ୍ଗପୁର କହି ବନ୍ଧୁତ୍ୱ ସ୍ଥାପନ କରି ଥିଲା। ଏହା ପରେ ଦୁଇ ଜଣଙ୍କ ମଧ୍ୟ ରେ ସମ୍ପର୍କ ସୃଷ୍ଟି ହେବା ସହ ମୋବାଇଲ ନମ୍ବର ମଧ୍ୟ ବିନିମୟ ହେଲା। ଘର କୁ ଆସି ମୋବାଇଲ ଯୋଗେ କଥା ବାର୍ତ୍ତା ମଧ୍ୟ ନିୟମିତ ଭାବରେ ହେଉ ଥିଲା। ପରେ ଉକ୍ତ ବ୍ୟକ୍ତି ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଙ୍କ କୋର୍ଟ ରେ ପିଅନ ଚ।କ୍ରୀ କରେଇ ଦେବି କହି ପ୍ରୋଲଭନ ଦେଖ।ଇଲା। ହଠାତ୍ ଆଜି ୨୩/୭/୨୪ ତାରିଖ ଦିନ ଉକ୍ତ ବ୍ୟକ୍ତି ଗଜେନ୍ଦ୍ର ଙ୍କୁ ଫୋନ କରି ମୁଁ ଉମରକୋଟ କୋର୍ଟ ସମ୍ମୁଖ ରେ ଅଛି ଟଙ୍କା ଓ କିଛି କାଗଜ ପତ୍ର ଧରି କି ଶୀଘ୍ର ଆସିବା ପାଇଁ ଅନୁରୋଧ କଲା। ଫୋନ ପାଇଁ ଗଜେନ୍ଦ୍ର ଉମରକୋଟ ର କୋର୍ଟ ପାଖ ରେ ପହଞ୍ଚି ଉକ୍ତ ବ୍ୟକ୍ତି ସହ ସାକ୍ଷାତ ହେଲା। ଗଜେନ୍ଦ୍ର ଙ୍କ ମନ୍ ରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଉକ୍ତ ବ୍ୟକ୍ତି ଗଜେନ୍ଦ୍ର ଙ୍କୁ ଧରି କୋର୍ଟ ଭିତର କୁ ବି ନେଇ ବୁଲେଇ ଆଣିଲା।୨୦ ହଜାର ଟଙ୍କା ଲାଂଚ ଦେବାର ଅଛି କହି ଟଙ୍କା ମା।ଗିବା ସହ ଏକ ଓଟିପି ଆସିବ କହି ଗଜେନ୍ଦ୍ର ଙ୍କ ଦାମୀ ମୋବାଇଲ ମାଗି କିଛି କାଗଜ ଜେରକ୍ସ କରି କି ଆଣିବା କୁ କହି ଜେରକ୍ସ ଦୋକାନ କୁ ପଠାଇଲା। ଗଜେନ୍ଦ୍ର ସଙ୍ଗେ ସଙ୍ଗେ ଜେରକ୍ସ କରି ଆସି ଦେଖନ୍ତି ତ ସେହି ବ୍ୟକ୍ତି ଆଉ ସେଠୀ ନାହାନ୍ତି। ଗଜେନ୍ଦ୍ର ଭାବିଲା ଉକ୍ତ ବ୍ୟକ୍ତି ଜଣଙ୍କ ବୋଧେ କୋର୍ଟ ଭିତରେ ଅଛନ୍ତି। ତେବେ ଗଜେନ୍ଦ୍ର ଉକ୍ତ ବ୍ୟକ୍ତି ଙ୍କୁ ସନ୍ଧ୍ୟା ୫ ଟା ଯାଏଁ ଅପେକ୍ଷା କରି ଯେତେବେଳେ ସେ ଦେଖିଲା ସେହି ବ୍ୟକ୍ତି ଙ୍କ ଦେଖା ମିଳୁ ନାହିଁ। ଗଜେନ୍ଦ୍ର କର୍ଟ ଭିତରେ ପ୍ରବେଶ କରି କୋର୍ଟ କର୍ମଚାରୀ ଙ୍କୁ ଉକ୍ତ ବ୍ୟକ୍ତି ଙ୍କ ସମ୍ପର୍କ ରେ ପଚାରିଲ। କୋର୍ଟ କର୍ମଚାରୀ ମାନେ ଆମେ ଏହି ଲୋକ ଙ୍କୁ ନାହୁ କି ଆମେ ଜାଣିନୁ କହିବା ପରେ ଗଜେନ୍ଦ୍ର ଙ୍କ ମୁଣ୍ଡ ରେ ଚଡ଼କ ପଡ଼ିଲା ଯେ ସେ ଠକାମୀ ର ଶିକାର ହେଇଛନ୍ତି। ପରେ।ମୋବାଇଲ ରେ ଯୋଗାଯୋଗ କଲେ ଉକ୍ତ ବ୍ୟକ୍ତି ର ମୋବାଇଲ ସ୍ଵିଚ ଅଫ। କାଳେ ସେ ବଜାର ରେ ଦେଖା ହେବେ ବୋଲି ଗଜେନ୍ଦ୍ର ଉମରକୋଟ ସହର ସାରା ଖୋଜିଲେ କିନ୍ତୁ ଉକ୍ତ ବ୍ୟକ୍ତି ର କୌଣସି ଅନୁସନ୍ଧାନ ମିଳିଲା ନାହିଁ। ଶେଷ ରେ କୌଣସି ଉପାୟ ନ ପାଇ ଯାଜେନ୍ଦ୍ର ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କଲେ। ଅଭିଯୋଗ ପାଇବା ପରେ ଉମରକୋଟ ପୋଲିସ ଉମରକୋଟ କୋର୍ଟ କୁ ଯାଇ ସି ସି କେମେରା କୁ ଯାଞ୍ଚ କରି ଥିଲା । ଆସାମୀ କୁ ଧରିବା ପାଈଁ ପୋଲିସ ଅନୁସନ୍ଧାନ ଜାରି ରଖିଛି।