May 14, 2026

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଶାନ୍ତାନୁ ଦାଶ

IMG-20240722-WA0007
Share
  1. ସମ୍ବଲପୁର:ସମ୍ବଲପୁର ଚିତ୍ର ଶିଳ୍ପୀ ଶାନ୍ତାନୁ ଦାଶ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି।ସେ ପଶ୍ଚିମ ଓଡିଶାର ଜଣେ ଜଣା ଶୁଣା ଚିତ୍ର ଶିଳ୍ପୀ । ଚିତ୍ରଶାଳା ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ।

୩-ଡି ଗ୍ରାଫିକ୍ କଳାକାର୍ଯ୍ୟ ତଥା ୩-ଡି କଳାକାର୍ଯ୍ୟର ଏକକ ପ୍ରଦର୍ଶନୀ ପାଇଁ ଇଣ୍ଡିଆ ବିକ୍ ଅଫ୍ ରେକର୍ଡର ଏଡିଟୋରିଆଲ ବୋର୍ଡ ଓ ଜୁରୀ ସଦସ୍ୟଙ୍କ ଦ୍ୱାରା ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଛି।୨୦୧୯ ମସିହାରେ ଏହି ପ୍ରଦର୍ଶନୀ ହୋଇଥିଲା। ପ୍ରଦର୍ଶନୀରେ କଳାପ୍ରେମୀ ଏକ ଭିନ୍ନ ଧରଣର ନାଲି ନୀଳ ଚଷମା ପିନ୍ଧି ଏହି ପ୍ରଦର୍ଶନୀର ମଜା ଉଠାଇଥିଲେ।

ପ୍ରଦର୍ଶନୀ ପରେ ଚିତ୍ର ଶିଳ୍ପୀ ଶ୍ରୀ ଦାଶଙ୍କୁ ମାନପତ୍ର,ମେଡାଲ,ବ୍ୟାଚ,ପରିଚୟ ପତ୍ର, ଓ ଅଟୋଗ୍ରାଫ କଲମ ଦେଇ ସମ୍ମାନିତ କରାଯାଇଥିଲା।ଏହି ସମ୍ମାନର ଶ୍ରେୟ ଶ୍ରୀ ଦାଶ ନିଜ ବାପା ସ୍ୱର୍ଗୀୟ ଭାବଗ୍ରାହୀ ଦାଶ ଓ ମାତା କାମିନୀ ଦାଶଙ୍କୁ ଦେଇଛନ୍ତି। ଶ୍ରୀ ଦାଶ ଜଣେ ଚିତ୍ର ଶିଳ୍ପୀ ହୋଇଥିଲେ ମଧ୍ୟ ଯୁବ ବର୍ଗଙ୍କ ପାଇଁ ଜଣେ ସଫଳ ଦିଗଦର୍ଶକ।