October 5, 2024

ନବରଙ୍ଗପୁର ଜିଲ୍ଲା ରାଇଘରରେ ସିରିଜ ଚୋରି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା..

Share

 

 

ନବରଙ୍ଗପୁର:-(ଏମ୍ ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ଯ ଦପ୍ତର ଠାରେ ରହୁଥିବା ଦିପେଶ ବାରୋଇଙ୍କ ଘରେ ଗତ ଶନିବାର ରାତିରେ କେହି ନଥିବା ସମୟରେ ଚୋର ପଶି ସୁନା ଅଳଙ୍କାର ସହିତ ନଗଦ ଟଂକା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି | ସୂଚନା ଅନୁଯାୟୀ ଗତ ୯ ତାରିଖ ମଙ୍ଗଳବାର ଦିନ ନିଜ ପରିବାର ସହିତ ରାଉରକେଲାକୁ ଏକ ବାହା ଘର କୁ ଯୋଗ ଦେବାକୁ ଯାଇଥିଲେ | ରବିବାର ଅପରାହ୍ନରେ ଘରକୁ ଫେରି ଗେଟ୍ ଖୋଲି ଦେଖିବା ବେଳକୁ ଘରର ସବୁ କବାଟ ଖୋଲା ହୋଇ ରହିଥିବା ସହ ଆଲମିରା ଲକର୍ ଭଙ୍ଗା ହୋଇ ପଡିଛି | ଏଥିସହିତ ଘରର ଆସବାବ ଜିନିଷ ଓ କିଛି ମାଟି ହୁଂଡି ମଧ୍ୟ ଭଙ୍ଗା ପଡ଼ିଥିବା ପତ୍ନୀ ଗୀତା ବାରୋଇ ଦେଖି ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲେ l ଘର ବନ୍ଦ ରହୁଥିବା ଦେଖି କିଛି ଚୋର ଶନିବାର ମଧ୍ୟ ରାତିରେ କବାଟ ଭାଙ୍ଗି ପଶି ଚୋରି କରିଥିବା ଅନୁମାନ କରାଯାଇଛି l ଅପରପକ୍ଷରେ ରାଇଘର ଥାନାରେ ଏ ନେଇ ଏକ ମାମଲା ଋଜ୍ଜୁ ହୋଇଥିବା ବେଳେ ପୁଲିସ ପକ୍ଷରୁ କୌଣସି ସୁଫଳ ମିଳି ପାରି ନାହିଁ l

ପ୍ରକାଶ ଥାଉକି ମୁଖ୍ଯ ଦପ୍ତର ଠାରେ ଦିନ କୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି l ଦୋକାନ ବଜାର ହେଉ କିମ୍ବା ଘରେ ହେଉ ବିଳମ୍ବିତ ରାତିରେ ଚୋର ପଶି କଳାକନା ବୁଲାଇ ଚମ୍ପଟ୍ ମାରୁଛନ୍ତି l ଘର ଲୋକେ ଅନୁପସ୍ଥିତ ରହିଥିବା ଅନୁମାନ କରି ଚୋର ଉକ୍ତ ଘରକୁ ଟାର୍ଗେଟ କରୁଛନ୍ତି | ଚୋର ମାନେ ରାଇଘର ଅଞ୍ଚଳର ହୋଇଥିବାରୁ କେଉଁ ଘରେ ଲୋକ ରହୁ ନାହାନ୍ତି ତାହା ଅନୁଧ୍ୟାନ କରି ଟାର୍ଗେଟ କରୁଛନ୍ତି | ଏମିତିକି ଦିନରେ ମଧ୍ୟ ବିଚ ବଜାରରୁ ବାଇକ ଓ ସ୍କୁଟି ଚୋରି ହେଉଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି | ବର୍ଷକ ମଧ୍ୟରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଛୋଟ ବଡ଼ ଚୋରି ମାମଲା ରାଇଘର ଥାନାକୁ ଆସିଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସ୍ ପ୍ରଶାସନ ସେଭଳି ଆଖି ଦୁର୍ଶିୟା ପଦକ୍ଷେପ ଗ୍ରହଣ କରିପାରି ନାହିଁ l

ତେବେ ପୁଲିସର ପେଟ୍ରୋଲିଂ ବ୍ୟବସ୍ଥା ହେଉ ନଥିବା ସହିତ ଚୋରୀ ଘଟଣା ଗୁଡ଼ିକକୁ ଗୁରୁତ୍ୱ ଦେଉ ନଥିବାରୁ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି l ନାଇଟ୍ ପେଟ୍ରୋଲିଂ କୁ କଡାକଡି କରିବା ସହିତ ଚୋରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବାକୁ ଚେଷ୍ଟା କରିବାକୁ ସାଧାରଣରେ ଦାବୀ ହେଉଛି l