October 5, 2024

ସୁନାବେଶ ଭଜନ ସମାରୋହ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପାଇଁ ବୈଦ୍ୟୁତିକ ଚ୍ୟାନେଲ ମୋର ସଂକଳ୍ପ କହିଛନ୍ତି ଡାକ୍ତର ସମ୍ବିତ ପାତ୍ର ..

Share

 

ବିଶ୍ଵଦେବତା ଶ୍ରୀଜଗନ୍ନାଥଙ୍କ ସଂସ୍କୃତି କୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସ୍ବତନ୍ତ୍ର ଆଧ୍ୟାତ୍ମିକ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସଂକଳ୍ପ ଘୋଷଣା କରିଛନ୍ତି ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର। ପୁରୀ ବଡ଼ଦାଣ୍ଡରେ ଅନୁଷ୍ଠିତ ସୁନାବେଶ ଭଜନ ସମାରୋହ ର ଅଧ୍ୟକ୍ଷ ଗୀତିକାର ବଦ୍ରି ମିଶ୍ରଙ୍କ ତିନୋଟି ପ୍ରସ୍ତାବକୁ ସ୍ବୀକାର କରି ଶ୍ରୀପାତ୍ର କହିଛନ୍ତି ଯେ ଘରୋଇ ଚ୍ୟାନେଲ ଆମ ଠାକୁରଙ୍କୁ ଦେଖାଇ ଦର୍ଶକମାନଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆମେ ନିଜସ୍ବ ଚ୍ୟାନେଲ କଲେ ଓଡ଼ିଶା ର ଅନେକ କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ, ଗୀତିକାର, ନିର୍ଦ୍ଦେଶକ, ଗବେଷକ ଓ ପ୍ରବଚକ ରୋଜଗାର ପାଇବେ ଓ ଅନେକ କର୍ମସଂସ୍ଥାନ ସୃଷ୍ଟି ହେବ। ଖୁବ୍ ଶୀଘ୍ର ଏ ସଂପର୍କରେ ଓଡିଶା ର ପ୍ରତିନିଧିତ୍ୱ କରୁଥିବା ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା ହେବ।ଏଥିସହ ଶ୍ରୀଜଗନ୍ନାଥ ସଂସ୍କୃତି ସଂପର୍କିତ ନୃତ୍ୟ, ସଂଗୀତ,ସାହିତ୍ୟ ଓ ଇତିହାସ ଭିତ୍ତିରେ ପୁରୀ ରେ ଶ୍ରୀଜଗନ୍ନାଥ ସଂସ୍କୃତି ମହାବିଦ୍ୟାଳୟ ଓ ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ପ୍ରୟାସ ଏବେଠାରୁ ଆରମ୍ଭ ହେବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଖୁବ୍ ଶୀଘ୍ର ଏଦିଗରେ ଆଲୋଚନା ଆରମ୍ଭ ହେବ ବୋଲି କହିଛନ୍ତି ସାଂସଦ ଡାକ୍ତର ସମ୍ବିତ ପାତ୍ର। ଉତ୍କଳରତ୍ନ ସମ୍ମାନ ଗ୍ରହଣ କରିବା ଅବସରରେ ଡାକ୍ତର ପାତ୍ର ଲକ୍ଷଲକ୍ଷ ଭକ୍ତଙ୍କ ସମ୍ମୁଖରେ “ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ -ହେ ନାଥ ନାରାୟଣ ବାସୁଦେବ “ଗୀତ ଗାଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୁରୀ ବିଧାୟକ ସୁନୀଲ ମହାନ୍ତି, କଥାକାର ଓ ଗୀତିକାର ବଦ୍ରି ମିଶ୍ର, ସେବାୟତ ମନୋଜ ଦାସମହାପାତ୍ର ଓ ଦୀପକ୍ ଦାସ ମହାପାତ୍ର, ଗବେଷିକା ଆଭାରାଣୀ ବଳଙ୍କ ସମେତ ଅନେକ ସଂଗଠକ ଓ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ। ସମାରୋହ ର ସଂପାଦକ ତଥା ଗୀତିକାର ମନୋଜ ଦାସମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂଗୀତ ନିର୍ଦ୍ଦେଶକ ଆଶାମୁକୁଲ ବାରିକ୍,ଶୈଳଭାମା,ବିଷ୍ଣୁମୋହନ କବି, କରୁଣାକର, ଡାକ୍ତର ସୁଶାନ୍ତ ପାଣି,ସଂଗୀତ ନିର୍ଦ୍ଦେଶକ ରାଜେନ୍ଦ୍ର ମିଶ୍ର,ଦେବାଂଶି ଦାଶ,ମମତାମୟୀ ବିଶ୍ଵାଳ, କୃଷ୍ଣଚନ୍ଦ୍ର ମଲ୍ଲିକ, ପୂଜା ପଟନାୟକ, ସଂଗୀତ ନିର୍ଦ୍ଦେଶକ ଆଲୋକ ମହାପାତ୍ର, ନିର୍ମଳା ସୁବୁଦ୍ଧି,ଅନିନ୍ଦିତା ଦାସ, ଗୋପାଳକୃଷ୍ଣ ସାହୁ, ବିଶ୍ଵଜିତ ସ୍ବାଇଁ,ଧୀରେନ ଓଝା, ଗାୟତ୍ରୀ ମହାପାତ୍ର, ଆରାଧନା, ଅଭିଲିପ୍ସା,ବିଶ୍ଵରୂପା ପଣ୍ଡା ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ରଙ୍କୁ ଉତ୍କଳରତ୍ନ ସମ୍ମାନ, ବିଧାୟକ ସୁନୀଲ ମହାନ୍ତିଙ୍କୁ ବିଶ୍ଵାବସୁ ସମ୍ମାନ,ବରିଷ୍ଠ ଗବେଷକ ଶ୍ରୀକାନ୍ତ ପରିଜା, ବିଶିଷ୍ଟ ଗୀତିକାର ପ୍ରତିମାମଞ୍ଜରୀ ସାହୁ ,ସଂଗୀତଗୁରୁ କୃଷ୍ଣଚନ୍ଦ୍ର ମଲ୍ଲିକ ଓ କଣ୍ଠଶିଳ୍ପୀ ପୂଜା ପଟନାୟକଙ୍କୁ ସୁନାବେଶ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ୟାମପ୍ରକାଶ ସେନାପତି, ବିଶ୍ଵନାଥ ମିଶ୍ର ଓ ସନ୍ୟାସୀ ନାୟକଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଅନୁଷ୍ଠାନ ର ଯୁଗ୍ମ ସଂପାଦକ ରମେଶ ପ୍ରହରାଜ, ଦୀପକ୍ ଦାସ ମହାପାତ୍ର,ବୀରେନ୍ ନାୟକ, ରବିନାରାୟଣ ରଥ ଓ ନୀଳାଦ୍ରିଭୂଷଣ ମହାନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ