May 14, 2026

ପ୍ରେରଣା ଆନ୍ତର୍ଜାତୀୟ ସବୁଜ ବାହିନୀ ତରଫରୁ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। 

IMG-20240718-WA0001
Share

 

 

ବୋଲଗଡ଼,(ଉପାନ୍ତ ଖବର) :ପ୍ରେରଣା ଆନ୍ତର୍ଜାତୀୟ ସବୁଜ ବାହିନୀ ତରଫରୁ ବୋଲଗଡ଼ ବ୍ଲକ ର ସବୁଜ ବାହିନୀ ର ସେନାପତି ତଥା ମୂଖ୍ୟମନ୍ତ୍ରୀ ପୁରଷ୍କାର ପ୍ରାପ୍ତ ଶିକ୍ଷକ ସାନନ୍ଦ କୁମାର ସାହୁଙ୍କ ଆବାହକତ୍ବରେ ସରସ୍ୱତୀ ଶିଶୁ ମନ୍ଦିର,ବେଗୁନିଆର ମିଳିତ ସହଯୋଗରେ ବେଗୁନିଆ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଏକ ବୃକ୍ଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଉ.ପ୍ରା. ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଏବଂ ସ୍ଥାନୀୟ ଶିଶୁ ମନ୍ଦିର ପରିଚାଳନା କମିଟି ର କୋଷାଧ୍ୟକ୍ଷ ମୂଖ୍ୟ ଅତିଥି ରୂପେ ଯୋଗଦେଇ ବୃକ୍ଷର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। “ବୃକ୍ଷ ଆମର ବନ୍ଧୁ” ସମ୍ବନ୍ଧରେ ଚିତ୍ରାଙ୍କନ, ପ୍ରବନ୍ଧ ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସସ୍ମିତା କର, ପ୍ରଶାନ୍ତ କୁମାର ସାମନ୍ତରାୟ ଏବଂ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

 

ରିପୋର୍ଟ-ମାନସ ରଂଜନ କର।