October 5, 2024

ବିଷୟଭିତ୍ତିକ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ..

Share

 

 

ବୋଲଗଡ଼,୧୭/୦୭(ଉପାନ୍ତ ଖବର) : ରଘୁନାଥ ଶିକ୍ଷା ବିକାଶ ପରିଷଦ,ଅରଖପଲ୍ଲୀ ଆନୁକୁଲ୍ୟରେ ବୁଧବାର ଦିନ ବୋଲଗଡ଼ ଅବସରପ୍ରାପ୍ତ କର୍ମଚାରୀ ସଂଘ ଭବନରେ ପରିଷଦର ସଭାପତି ରଘୁନାଥ ସାହୁଙ୍କ ପୌରହିତ୍ୟ ଏବଂ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ସଂଯୋଜନାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଉତ୍ସବରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି, ପ୍ରାକ୍ତନ ପ୍ରାଧ୍ୟାପକ କୈଲାଶ ଚନ୍ଦ୍ର ବାଣ୍ଠ ମୁଖ୍ୟ ବକ୍ତା,ସାହିତ୍ୟିକ ଗୋଦାବରୀଶ ମିଶ୍ର ବରେଣ୍ୟ ଅତିଥି,ଓଷ୍ଟାର ଉପସଭାପତି ପ୍ରମୋଦ କୁମାର ସ୍ଵାଇଁ,ଯୁଗ୍ମ ସମ୍ପାଦକ ବ୍ରଜ କିଶୋର ବିଶ୍ଵାଳ,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ନବକିଶୋର ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ହୋତା,ଐତିହାସିକ ରବୀନ୍ଦ୍ର ପରିଡା

ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ।

ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିବନ୍ଧୁ ସାହୁ,ପ୍ରାକ୍ତନ ଶିକ୍ଷକ ନେତା ଦିବାକର ପରମଗୁରୁ,ଅବସରପ୍ରାପ୍ତ ଡି.ଆଇ ରଘୁନାଥ ଦଳବେହେରା,ଦୁଇ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ପୁରେନ୍ଦ୍ର ବେହେରା ଓ ଲଚ୍ଛମନ ପରିଡା,ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସେବତୀ ପରିଡା,ବୋଲଗଡ଼ ଶିକ୍ଷକ ପରିବାରର ସଭାପତି ପ୍ରମୋଦ କୁମାର ସ୍ଵାଇଁ ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ। ଗୋପୀନାଥ ଖାଡଙ୍ଗା,ଭକ୍ତ ବଲ୍ଲଭ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ପରିଷଦର ସମ୍ପାଦକ ଅଚ୍ୟୁତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ।

ଉକ୍ତ ଉତ୍ସବରେ ଗତ ୨୦୨୪ ମାଟ୍ରିକ୍ ପରୀକ୍ଷାରେ ବୋଲଗଡ଼ ବ୍ଲକ୍ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଦେବଗୁରୁ ଆଦର୍ଶ ବିଦ୍ୟାଳୟ ମୁଗମଣ୍ଡାର ଛାତ୍ରୀ ପ୍ରତିଭା ଦଳେଇଙ୍କ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଦାଶଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସୁଶ୍ରୀ ଦଳେଇଙ୍କୁ ୨୦୦୦ଟ. ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଗଲା ଏହାସହିତ ବ୍ଲକରେ ହିନ୍ଦୀ ବ୍ୟତୀତ ଅନ୍ୟ ଛଅଟି ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ୬ ଜଣ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନିକା ଏବଂ ଟ୧୦୦୦ଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ସ୍ୱରୂପ ସଂସଦ ତରଫରୁ ପ୍ରଦାନ କରାଯାଇଥିଲା।

ପୂଜା ପରିଡା ସାହିତ୍ୟ,ସୌମ୍ୟରଞ୍ଜନ ଗିରି ଗଣିତ,ଓମ ପ୍ରକାଶ ସାମନ୍ତରାୟ ସାମାଜିକ ବିଜ୍ଞାନ, ଓମ ପ୍ରକାଶ ସାହୁ ବିଜ୍ଞାନ, ବୈଜୟନ୍ତ ସିଂହ ଇଂରାଜୀ ଓ ଆୟୁଷ ତ୍ରିପାଠୀ ସଂସ୍କୃତ ପାଇଁ ସମ୍ମାନିତ ହୋଇଥିଲେ। ପ୍ରାକ୍ତନ ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ତ୍ରିପାଠୀ,ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁ ଓ ପ୍ରମୋଦ କୁମାର ସାହୁ,ଶିକ୍ଷକ ମନମୋହନ କହଲସିଂହଙ୍କ ସମେତ ପରିଷଦର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ।ପରିଶେଷରେ ପ୍ରାକ୍ତନ ଡି.ଆଇ ଶ୍ରୀ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।