October 5, 2024

ମା ପାଇଁ ଗଛଟିଏ  ପ୍ରକୃତି ପ୍ରେମୀ ଭାବେ ସମ୍ମାନୀତ ହେଲେ ୪ ଶିଶୁ ଓ ଜଣେ କର୍ମଚାରୀ

Share

 

 

ଗୁଣୁପୁର,-(ସୁରେନ୍ଦ୍ର ମୋହାନ୍ତି) ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଆଜି ମା ଙ୍କ ନାମରେ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ଏଲ ସୁରେଶ ଯୋଗଦେଇ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଆମ୍ବ, ପଣସ, ଅର୍ଜ୍ଜୁନ, ବଉଳ, କରଞ୍ଜ, ଶିଶୁ, ବାହାଡ଼ା, ତେନ୍ତୁଳି ପ୍ରଭୃତି ୬୦ ଗୋଟି ଚାରା ରୋପଣ କରାଯାଇ ଥିଲା । ଅନ୍ତେବାସୀ ମାନେ ନିଜ ନିଜ ମା ଙ୍କ ନାମରେ ଗଛ ଲଗାଇ ଏହାର ଉପଯୁକ୍ତ ଯତ୍ନ ନେବାକୁ ସଭାପତି ପରାମର୍ଶ ଦେଇଥିଲେ । ପରେ ଅନୁଷ୍ଠାନ ରେ ଆୟୋଜିତ ବୈଠକରେ ବୃକ୍ଷ ରୋପଣ ର ଆବଶ୍ୟକତା ଓ ଏହାର ଯତ୍ନ ସମ୍ପର୍କରେ ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି ଆଲୋକପାତ କରିଥିଲେ । ବୃକ୍ଷ ରୋପଣ ଓ ଏହାର ଯତ୍ନ ରେ ସଫଳତା ହାସଲ କରିଥିବା କେଶବ ଶବର, କୃଷ୍ଣ ଶବର, ମହେଶ୍ୱର ଶବର ଓ ତ୍ରିଲୋଚନ ଶବର ଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ପରିବେଶ ସୁରକ୍ଷା ଓ ବୃକ୍ଷର ଯତ୍ନ ପାଇଁ ଅନୁଷ୍ଠାନ ର କ୍ରୀଡା ଓ ଯୋଗ ଶିକ୍ଷକ ଶୁଭ୍ରଜିତ ମହାନ୍ତି ଙ୍କୁ ମାନପତ୍ର ଓ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଯୋଗ ଦେଇଥିବା ବେଳେ କଳା ଓ ସଙ୍ଗୀତ ଶିକ୍ଷକ ନବୀନ ଚନ୍ଦ୍ର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।