October 5, 2024

ମହାପ୍ରଭୁ ଦେଖାଇଲେ ଚମତ୍କାର, ରାତିରେ ତୁଳସୀ ବଗିଚାରେ କୌଣସି ଗଛରେ ନଥିଲା ତୁଳସୀ କିନ୍ତୁ ସକାଳୁ ବଗିଚାଥିଲା ତୁଳସୀରେ ଭର୍ତ୍ତି

Share

 

ହଁ ଆଜ୍ଞା ଆମ ଚାନେଲ ପକ୍ଷରୁ କୁହାଯାଉଛି ପୁରୀ ସହରର କଥା, ପୁରୀ ସହର ଚୂଡ଼ଙ୍ଗସାହିର ପୁତ୍ର ବିହାରୀ ସାହୁଙ୍କ ଛଅ ନମ୍ବର ପୁଅ ମହାପ୍ରଭୁଙ୍କ ଭକ୍ତ ରାଧେଶ୍ୟାମ ସାହୁ, ଯିଏକି ସ୍ନାନପୁର୍ଣିମା ରେ ପଦ୍ମଫୁଲ ତୁଳସୀ ଏବଂ ରଥଯାତ୍ରା ରେ ତୁଳସୀ ପଦ୍ମଫୁଲ ଓ ରସଗୋଲା ମହାପ୍ରଭୁଙ୍କ ନିକଟରେ ଭୋଗକରି ଭକ୍ତମାନଙ୍କୁ ବାଣ୍ଟିଥିଲେ l ସେହିଭଳି ରଥଯାତ୍ରା ଠାରୁ ସନ୍ଧ୍ୟାଦର୍ଶନ ପର୍ଯ୍ୟନ୍ତ ପନ୍ଦର ବେତା ତୁଳସୀ ଓ ରଙ୍ଗଣୀଫୁଲ ନିଜବଗିଚା ଯୋଉଟାକି ମହାପ୍ରଭୁଙ୍କ ନାମରେ ବଗିଚାଟି କରି ତୁଳସୀ ଓ ରଙ୍ଗଣୀଫୁଲ ଚାଷକରି ଆସୁଛନ୍ତି ସେହି ବଗିଚାରୁ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପଠାଇଥିଲେ l ସନ୍ଧ୍ୟାଦର୍ଶନ ସନ୍ଧ୍ୟାରେ ରାଧେଶ୍ୟାମ ନିଜ ବଗିଚାରେ ତୁଳସୀ ସରିଯାଇଥିବାରୁ ଚିନ୍ତାରେ ପଡିଯାଇଥିଲେ ରାଧେଶ୍ୟାମ ରାତି ପାହିଲେ ବାହୁଡ଼ାଯାତ୍ରା ତିନିରଥରେ ତିନିଠାକୁରଙ୍କୁ ତୁଳସୀ ଦିଆଯିବ କିପରି ସକାଳୁ ତିନିବେତା ତୁଳସୀ କୋଉଠୁ କିଣିକରି ଆଣିବେ, ଏହି ଚିନ୍ତାରେ ରାତିରେ ରାଧେଶ୍ୟାମକୁ ନିଦ ହୋଇନଥିଲା l ଭୋରୁ ଉଠି ତୁଳସୀ ବଗିଚାକୁ ଯାଇ ବଗିଚାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ଆଖିରେ ଲୁହ ଭରି ଯାଇଥିଲା ସେଠାରେ ସିଏ ଠାକୁରଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ପ୍ରଭୁ ଆପଣଙ୍କ ଲୀଳା ବିଚିତ୍ର କହି ତୁଳସୀ ବଗିଚାରୁ ତୁଳସୀ ତୋଳିବାକୁ ଲାଗିଥିଲେ କାରଣ ଯେଉଁ ବଗିଚାରେ ପୂର୍ବ ସନ୍ଧ୍ୟାରେ ତୁଳସୀ କିଛିନଥିଲା ସକାଳୁ ଦେଖିଲାବେଳକୁ ସେହି ବଗିଚାରେ ତୁଳସୀ ଭରି ହୋଇ ରହିଛି l ରାଧେଶ୍ୟାମ ତିନିବେତା ତୁଳସୀ ତୋଳି ବଡଦାଣ୍ଡକୁ ନିଜ ପରିବାର ର ସାତଭାଇଙ୍କ ପରିବାର ସମସ୍ତ ସଦସ୍ୟଙ୍କ ସହିତ ଆସି ତୁଳସୀ ମୁଣ୍ଡେଇ ତିନିରଥରେ ଭିଡ଼ ଭିତରେ ତିନି ଠାକୁରଙ୍କୁ ସମର୍ପଣ କରିବା ସହିତ ନିଜ ପରିବାର ସହିତ ଏକାଠି ଆସି ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରି ତୁଳସୀ ପ୍ରଦାନ କରି ଅତ୍ୟନ୍ତ ଆନନ୍ଦଲାଭ କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ଜଣାଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ