November 26, 2024

ମୋହନା ଥାନା ଯୁବ ଗ୍ରାମରେ ଭଣଜା ଙ୍କ ଆକ୍ରମଣରେ ମାମୁ ଗୁରୁତର ଭଣଜା ଗିରଫ ଦେଶୀ ବନ୍ଧୁକ  

Share

ପାରଳାଖେମୁଣ୍ଡି:୧୬/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଅଭାବନୀୟ ଘଟଣା ଘଟିଛି l ପୂର୍ବ ଶତ୍ରୁତା ତଥା ସମ୍ପତି ଭାଗ ବଣ୍ଟାକୁ କେନ୍ଦ୍ର କରି ଦୁଇ ଭଣଜାଙ୍କ କାଠ ଫାଳିଆ ମାଡ଼ରେ ମାମୁ ଗୁରୁତର ଆହତ ଘଟଣାରେ ଅଭିଯୁକ୍ତ ବଡ଼ ଭଣଜାକୁ ଗିରଫ କରିଛି ପୁଲିସ | ଗଜପତି ଜିଲ୍ଲା ମୋହନା ଥାନା ଜରଉ ପଞ୍ଚାୟତ ଅନ୍ତର୍ଗତ ଯୁବ ଗ୍ରାମରେ ମାମୁ ଉତ୍ସବ ମାଝୀ ନିଜ ଘରେ ଭୋଜନ କରିବା ପାଇଁ ବସିଥିବା ବେଳେ ହଠାତ ତାଙ୍କର ଦୁଇ ଭଣଜା ଦୁର୍ଗା ମଳିକ ଏବଂ ଅଶୋକ ମଳିକ ଘରେ ପଶି ପାଟି ତୁଣ୍ଡ କରିଥିଲେ I କଳି ବଢ଼ି ଯିବାରୁ ମାମୁ ଉତ୍ସବ ନିଜ ଦେଶୀ ବନ୍ଧୁକରେ ଦୁଇ ଭଣଜାଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭଣଜା ମାନେ କାଠ ଫାଳିଆରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ଉତ୍ସବଙ୍କ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ମୋହନା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୈତୃକ ସମ୍ପରି ଭାଗ ପୈତୃକ ସମ୍ପଭି ଭାଗବଣ୍ଟାକୁ ନେଇ ଆକ୍ରମଣ ବଣ୍ଟାକୁ ନେଇ ପୂର୍ବରୁ ମାମୁ ଏବଂ ଭଣଜାଙ୍କ ମଧ୍ଯରେ ଝଗଡ଼ା ଲାଗି ରହୁଥିଲା I ଶୁକ୍ରବାର ଝଗଡ଼ା ଜୋରଦାର ହେବାରୁ ଏଭଳି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି। ଏନେଇ ମୋହନା ଥାନାରେ ଦୁଇଟି ମାମଲା ରୁଜୁ କରାଯିବା ସହ ଉତ୍ସବଙ୍କ ବଡ଼ ଭଣଜା ଦୁର୍ଗା ମଳିକକୁ ଗିରଫ କରିଛି ପୁଲିସ ବେଆଇନ ବନ୍ଧୁକ ରଖୁବା ମାମଲାରେ ଉତ୍ସବଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତ ରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ମୋହନା ଥାନା ଅଧୂକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed