October 5, 2024

କ୍ଷେତ୍ରବାସୀ ଗୌଡ଼ଙ୍କ ଉଦେଶ୍ୟରେ ସ୍ମୃତି ସଭା 

Share

 

 

 

କାଶୀନଗର, ବିଶିଷ୍ଟ କବିରାଜ ସ୍ବର୍ଗତ କ୍ଷେତ୍ରବାସୀ ଗୌଡ଼ଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ବଂଶ ଧାରା ପାଠାଗାର ବୈଠକ ଗୃହ ଠାରେ ସ୍ମୃତି ସଭା ଆୟୋଜନ ହୋଇଥିଲା. ତାଙ୍କ ସ୍ମୃତିକୁ ରକ୍ଷା କରିବା ପାଇ ଆୟୁଷ ଡାକ୍ତର ସଚିକାନ୍ତ ମହାପାତ୍ରଙ୍କୁ ଉତ୍ତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇ ସ୍ବର୍ଗୀୟ କ୍ଷେତ୍ରବାସୀ ଙ୍କ ଗୁଣ ଗାନ କରାଯାଇଥିଲା. କାଶୀନଗର ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ବ୍ରାହ୍ମଣ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ତା କରିବା ସହ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ, ରୁଟି ଓ ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା. କସ୍ତୁରବା ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ମଧ୍ୟ ବଣ୍ଟନ କରାଯାଇଥିଲା.ସ୍ବର୍ଗୀୟ କ୍ଷେତ୍ରବାସୀଙ୍କ ଏକମାତ୍ର ପୁତ୍ର ସମାଜସେବୀ ହୃଷିକେଶ ଗୌଡ଼ କାର୍ଯ୍ୟକ୍ରମ ଏହି ଆୟୋଜନ କରିଥିଲେ. ଏହି କାର୍ଯ୍ୟକ୍ରମରେ ଏନ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ, ମହନ୍ତ ପଦ୍ମନାଭ ଦାସ, ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର, ସାମ୍ବାଦିକ ରାଜେଶ କୁମାର ପଟ୍ଟନାୟକ, ମନୋଜ ଚୌଧିରି ଙ୍କ ସହ ଯୋଗ ଗୁରୁ ହରିହର ପ୍ରଧାନ ଓ କିଶୋର କୁମାର ଜେନା ପ୍ରମୁଖ ଯୋଗ ଦେଇ ସ୍ବର୍ଗୀୟ କ୍ଷେତ୍ରବାସୀ ଗୌଡ଼ ଙ୍କ ଜୀବନ ଶୈଳୀ ବିଷୟରେ ବିଷାଦ୍ଗାର କରିଥିଲେ. ଶେଷରେ ପ୍ରେସ କ୍ଲୁବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର ଆସିଥିବା ଅତିଥି ଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରାଯାଇ ଥିଲା.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର