May 14, 2026

ଉମରକୋଟ ରେ ପରିବା ଦରରେ ନିଆ, ସବୁ ପରିବା ଦର ୬୦ ପାର, କଞ୍ଚା ମରିଚ କିଲୋ ୨୦୦…..

IMG-20240716-WA0015
Share

 

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ)ଉମରକୋଟ ଅଂଚଳରେ ପୁଣି ପରିବା ଦରରେ ଅହେତୁକ ବୃଦ୍ଧି ଯୋଗୁ ଖାଉଟି ଙ୍କୁ ହନ୍ତ ସଂତ ହେବ। କୁ ପଡୁଛି। ବାଇଗଣ କୁ ଛାଡି ଦେଲେ ସମସ୍ତ ପରିବ। ର ଦର ୬୦ ଟଂକା ରେ ପହଞ୍ଚିଲାଣି। ଆଉ ସବୁ ଠାରୁ ଆଶ୍ଚର୍ଯ୍ୟ ଓ ଇତିହାସ ପାଲଟିଛି କଞ୍ଚା ମରିଚ ଯାହାର ଦାମ ୨୦୦ ଟଂକା। ବର୍ତ୍ତମାନ ଫୁଲକୋବି ୬୦ , ପୋଟଳ ୮୦, କାଙ୍କଡ଼ ୮୦ , ଟମାଟୋ ୬୦ , ବାଇଗଣ ୪୦, ଗଣ୍ଠି କୋବି ୬୦, ବରବଟି ୬୦, ଅଦା ୨୦୦, ଲାଉ କିଲୋ ୪୦ ,କଲର। ୮୦ , ବିନିସ ୧୨୦ , ଶିମ୍ବ ୧୨୦ , ବନ୍ଧା କୋବି ୪୦ , ମୁନୀଙ୍ଗ। ୧୬୦ ଟଙ୍କା ରେ ଉମରକୋଟ ବଜାର ରେ ବିକ୍ରୀ ହେଉଛି। ଅପର ପକ୍ଷେ ଉମରକୋଟ ଓ ରାଇଘର ଅଞ୍ଚଳ ରେ ପ୍ରଚୁର ପରିମାଣ ରେ ପରିବା ଚାଷ ହେଉ ଥିଲେ ହେଁ ବ୍ୟବସାୟୀ କମ ଦାମ ରେ ଜମି କୁ ଯାଇ ଚାଷୀ ଙ୍କ ଠାରୁ କିଣି ନେଉଥିବା ବେଳେ ବ୍ୟବସାୟୀ ମାନେ ମାଲେ ମ।ଲ ହେଉ ଥିବା ବେଳେ ଚାଷୀ ର କିଛି ଆର୍ଥିକ ଉନ୍ନତି ହେଇ ପାରୁ ନାହିଁ। ପରିବା ଦର ରେ ଅହେତୁକ ବୃଦ୍ଧି ଯୋଗୁଁ ଗରିବ ଲୋକେ ପରିବା କିଣିବା ଛାଡି ଦେଲେଣି। ଅପର ପକ୍ଷେ ବର୍ତ୍ତମାନ ଆଳୁ ଓ ପିଆଜ ଦର ମଧ୍ୟ ୪୦ ଟଂକା ହେଇ ଥିବା ଯୋଗୁ ଗରିବ ଲୋକ ମାନେ ଏହି ଦର ବୃଦ୍ଧି ଯୋଗୁଁ ବିଶେଷ ପ୍ରଭାବିତ ହେଇଛନ୍ତି।ତୁରନ୍ତ ଜିଲ୍ଲା ପ୍ରଶାସନ ପରିବା ଦର ରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେବାରେ ସାଧାରଣ ରେ ଦାବୀ ହେଉଛି।