October 5, 2024

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଶଯ୍ୟାଶାୟୀ ଅବସ୍ଥାରେ ମହିଳା।କମ୍ପାନୀ କତୃପକ୍ଷଙ୍କୁ ବକେୟା ପାଉଣା ଓ ପେନସନ୍ ଯୋଗାଇ ଦେବାକୁ ଆକୁଳ ନିବେଦନ..

Share

 

୧- ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ,୨- ଶଯ୍ୟାଶାୟୀ ଅବସ୍ଥାରେ ବିଛଣାରେ ପଡ଼ି ଛଟପଟ୍ ହେଉଛନ୍ତି ୫୩ ବର୍ଷିୟ ମହିଳା, ୩- ବକେୟା ପାଉଣା ଓ ପେନସନ୍ ଯୋଗାଇ ଦେବାକୁ କମ୍ପାନୀ କତୃପକ୍ଷଙ୍କୁ ଆକୁଳ ନିବେଦନ, ୪- ଦୀର୍ଘ ଦୁଇ ମାସ ବିତିଗଲା ହେଲେ କମ୍ପାନୀ ନୀରବ କାହିକି , କଣ ପାଇଁ ସଂଯୁକ୍ତା ଙ୍କୁ ଦେଉନୀ କମ୍ପାନୀ ଇପିଏଫ୍ ଓ ପେନସନ୍ ଟଙ୍କା।ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ମଲ୍ଲାସାହି ପଞ୍ଚାୟତ ଅରକ୍ଷୀଆ ଗ୍ରାମର ୧୩ ନଂ ୱାର୍ଡ଼ରେ।ତେବେ ଦୀର୍ଘ ୨୫ବର୍ଷ ରୁ ଉର୍ଦ୍ଧ ଧରି ପାରାଦ୍ଵୀପ ଗଡ଼ ସ୍ଥିତ ସୂର୍ଯ୍ୟୋଦୟ & ରାମ୍ସ କମ୍ପାନୀରେ ଅରକ୍ଷୀଆ ଗ୍ରାମର ୫୩ ବର୍ଷୀୟ ମହିଳା ସଂଯୁକ୍ତା ରାଉତ କାର୍ଯ୍ୟ କରି ଆସୁଥିବା ବେଳେ ମଇ ମାସ ୧୪ ତାରିଖରେ ହଟାତ୍ ସଂଯୁକ୍ତାଙ୍କ ଆଖି ଯନ୍ତ୍ରଣା ହେବାରୁ ।ମାତ୍ର ଆଖି ଯନ୍ତ୍ରଣା କୁ ଦେଖି ସୂର୍ଯ୍ୟୋଦୟ & ରାମ୍ସ କମ୍ପାନୀ କତୃପକ୍ଷ ତାଙ୍କୁ ପ୍ରଥମେ ପାରାଦ୍ଵୀପ ପୋର୍ଟ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇ ଔଷଧ ଦେଇଥିଲେ।ତେବେ ସଂଯୁକ୍ତା ଆଖି ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠାରେ ଡ଼ାକ୍ତର ପରୀକ୍ଷା ନିରୀକ୍ଷା କରି ବା ପରେ ବ୍ରନ୍ ଷ୍ଟୋକ୍ ହୋଇଛି ବୋଲି ପରିବାର ଲୋକଙ୍କୁ କହିଥିଲେ। ।ଏବେ ସଂଯୁକ୍ତା ଙ୍କ ଗୋଟିଏ ଆଖି ଖରାପ ଥିବା ବେଳେ ଅନ୍ୟ ଆଖି ଟି ଧାପ୍ସା ଦିଶୁଛି। ଯାହା ଫଳରେ ସେ ବିଛଣା ରେ ପଡି ରାହିଛନ୍ତି।ମାତ୍ର ସଂଯୁକ୍ତା ଓ ତାଙ୍କ ପୁଅ ପ୍ରଦୀପ ସୂର୍ଯ୍ୟୋଦୟ & ରାମ୍ସ କମ୍ପାନୀ କତୃପକ୍ଷଙ୍କୁ ଯେତେ ଯୋଗାଯୋଗ କରିଥିଲେ ମଧ୍ଯ ତାଙ୍କ ସହିତ ଯୋଗା ଯୋଗ ବିଛିନ୍ ହୋଇଥିଲା। ପ୍ରଦୀପଙ୍କ ପାଖରେ ଅର୍ଥର ଘୋର ଅଭାବ ଥିବା ବେଳେ ନିଜ ମାଆକୁ ବଞ୍ଚାଇବା ପାଇଁ କରଜ୍ କରି ଚିକିତ୍ସା କରିବା ସହ ଘରକୁ ଆଣିଥିଲେ।ଏଥିସହିତ ୩୦ ବର୍ଷ ଧରି ସଂଯୁକ୍ତା କମ୍ପାନୀରେ କାମ କରିଥିବା ବେଳେ ଇପିଏଫ୍ ଟଙ୍କା ଓ ପେନସନ୍ ଯୋଗାଇ ଦେବା ପାଇଁ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି।

 

ଏଠି ପ୍ରଶ୍ନ ଉଠେ ଜଣେ ମହିଳା ଦୀର୍ଘ ୩୦ ବର୍ଷ ଧରି ସୂର୍ଯ୍ୟଦୋୟ & ରାମ୍ସ କମ୍ପାନୀରେ କାର୍ଯ୍ୟକରି ଆସୁଥିବା ବେଳେ ସମସ୍ତ ସୁବିଧା ପାଇବା ପାଇଁ ହକଦାର ହେଉଥିବା ବେଳେ ଇପିଏଫ୍ ଓ ପେନସନ୍ ଦେବାକୁ କାହିଁକି କୁଣ୍ଠାବୋଧ୍ କରୁଛି କମ୍ପାନୀ ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )