October 5, 2024

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଏବଂ କାର୍ଯ୍ୟରତ ସିପାହୀ ଙ୍କ ବିବାହ ଅବସରରେ ବନମହୋତ୍ସବ ସପ୍ତାହ ପାଳନ 

Share

 

ଭଂଜନଗର, 15,6,2024, ଜୁଲାଇ :

ବୃକ୍ଷ ଅଛି ତ ଜୀବନ ଅଛି। ବୃକ୍ଷ ବିନା ଏ ସଚରାଚର ଜୀବଜଗତ ତିଷ୍ଠି ରହିବା ଅସମ୍ଭବ। ସାଂପ୍ରତିକ ପରିସ୍ଥିତିରେ ଏ ଜୀବଜଗତ ତିଷ୍ଠି ରହିବାକୁ ହେଲେ, ପ୍ରକୃତି ଓ ପରିବେଶ ସହିତ ଖାପଖୁଆଇ ଚଳିବାକୁ ଏକ ପ୍ରକାର ବାଧ୍ୟ। ପ୍ରକୃତିର ଭାରସାମ୍ୟ ଅର୍ଥାତ୍ ସନ୍ତୁଳନତା ନଷ୍ଟ ହୋଇଗଲେ, ସାରା ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ଧ୍ଵଂସ ହେବାରେ ଅବସ୍ୟମ୍ଭାବୀ। ତେଣୁ ପ୍ରକୃତି ଭାରସାମ୍ୟ ରକ୍ଷା କରିବା ସମସ୍ତଙ୍କ ର ମୂଳ ଦାୟିତ୍ଵ ଓ ମୂଖ୍ୟ ଉଦେଶ୍ୟ ହେବା ଆବଶ୍ୟକ। ଏହାକୁ ସମସ୍ତେ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ରୂପେ ପ୍ରତିପାଳନ କରିବା ନିହାତି ଜରୁରୀ ହୋଇପଡ଼ିଛି।

ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି ତଥା ପ୍ରଚଣ୍ତ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତ ରୁ ରକ୍ଷା ପାଇବାପାଇଁ ବର୍ତ୍ତମାନ ସାରା ଦେଶରେ ଓ ପ୍ରତ୍ୟେକ ରାଜ୍ୟ ରେ ସରକାରୀ ସ୍ତର ରେ ବନମହୋତ୍ସବ ସପ୍ତାହ ପାଳନ କରାଯାଉଅଛି। ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ନିର୍ଦ୍ଦେଶନାମା ଏବଂ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶନ ହୋଇଥାଏ। ଏଥି ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ମାଗଣାରେ ବୃକ୍ଷ ଚାରା ଯୋଗାଇ ଦିଆଯାଏ।

ଦେଶର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥାଏ।

ଆଜି ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଓ ଓଡ଼ିଶା ସରକାରଙ୍କ କାର୍ଯ୍ୟ ରକ୍ତ ସିପାହୀ ଶ୍ରୀ ମାଧବ ନାୟକଙ୍କ ଶୁଭ ବିବାହ ଅବସରରେ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟ ରେ ” ଜଗା ପାଇଁ ଗଛଟିଏ ” ଏବଂ ” ରଥ ପାଇଁ ଗଛଟିଏ ” ତଥା ବର୍ତ୍ତମାନର ଭାରତର ଜଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ନାରା ” ଏକ ପେଡ ମାକେ ନାମ୍” କୁ ସାକାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଆହ୍ଵାନ ରେ ଅନୁପ୍ରାଣିତ ହୋଇ ଗଂଜାମ ଜିଲ୍ଲାର ଭଂଜନଗର ସବଡିଭିଜନ୍ ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକ ଅଧିନସ୍ଥ

ନେଟଙ୍ଗା ଗ୍ରାମର ସବୁଜ ବାହିନୀର ଶ୍ରୀ ମାଧବ ନାୟକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ନେଟଙ୍ଗା ସବୁଜ ବାହିନୀ ର ସମସ୍ତ ସଦସ୍ୟ ଓ ଉପସ୍ଥିତ ଜନସାଧାରଣ ପ୍ରତ୍ୟେକେ ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରି ଗ୍ରାମ ପରିସରକୁ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ରୂପେ ଗଢି ତୋଳିବା ପାଇଁ ଶପଥ ପାଠ କରିଥିଲେ। ଉପସ୍ଥିତ ସମସ୍ତ ବ୍ୟକ୍ତି ନିଜ ନିଜର ବାଡ଼ି ବଗିଚା ରାସ୍ତା କଡ ନଦୀ ନାଳ ପୋଖରୀ ହୁଡ଼ାରେ ବୃକ୍ଷ ଚାରା ରୋପଣ କରି ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଙ୍କ ନାରା ଏକ ପୌଧା ମା କେ ନାମ କୁ ସାକାର ରୂପ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ତଥା ଆଳୀୟ ଖଣ୍ଡାୟତ ସମାଜ ନେଟଙ୍ଗା ମଣ୍ଡଳ ସଭାପତି ଶ୍ରୀ ଦିବ୍ୟଲୋଚନ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।

(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)