October 5, 2024

ବୁଗୁଡ଼ା ବଡଦାଣ୍ଡରେ ଶ୍ରୀ ଜଗନ୍ନାଥ ଭଜନ ସମାରୋହ 

Share

 

ବୁଗୁଡ଼ା : ତା ୧୩/୦୭/୨୪ : ବୁଗୁଡ଼ା ବଡଦାଣ୍ଡସ୍ଥିତ ମାଉସୀ ମା ମନ୍ଦିର ସମ୍ମୁଖରେ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଦିନରୁ ଶ୍ରୀ ଜଗନ୍ନାଥ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି । ବିରଞ୍ଚି ନାରାୟଣ ମଠାଧୀଶ ଭକ୍ତରାମ ଦାସ ଏହି ଭଜନ ସମାରୋହକୁ ଉଦଘାଟନ କରିଥିବା ବେଳେ ଏଥିରେ କଣ୍ଠଶିଳ୍ପୀ ନିତ୍ୟାନନ୍ଦ ସାହୁ, ମୃତ୍ଯୁଞ୍ଜୟ ହୋତା , କେଦାର ବେହେରା, ଶଙ୍କର ସେଠୀ, ଗୌରହରି ସାହୁ, ଦିବାକର ମିଶ୍ର , ବସନ୍ତ ବିଷୋୟୀ , ସଞ୍ଜୟ କୁମାର ଷଡଙ୍ଗି, ଜୀବନ ସଂଗ୍ରାମ ହୋତା, ମାନସ ରଞ୍ଜନ ହୋତା, ଆଲୋକ ପୃଷ୍ଟି , ସଂଯୁକ୍ତା ରାଣୀ ସାହୁ , ଦେବକୀ ସାହୁ , ପ୍ରଭାତୀ ପ୍ରିୟଦର୍ଶିନୀ , ସନ୍ତୋଷିନୀ ସ୍ବାଇଁ , ସନ୍ଧ୍ଯାରାଣୀ ସାହୁ ପ୍ରମୁଖ ଭଜନ ପରିବେଷଣ କରୁଛନ୍ତି । ଉକ୍ତ ଅଷ୍ଟ ଦିବସୀୟ କାର୍ଯ୍ୟକ୍ରମକୁ ହରିହର ସ୍ବାଇଁ , ରବିନ୍ଦ୍ର କୁମାର ବେହେରା, ଶୁକୁଟା ଡାକୁଆ , ଶିବ ନାୟକ ଓ ଦିଲ୍ଲୀପ ସ୍ବାଇଁ ପ୍ରମୁଖ ପରିଚାଳନା କରୁଛନ୍ତି । ପବିତ୍ର ଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ ହୋଇଥ‌ିବା ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରୋତାଙ୍କ ସମାବେଶ ଦେଖିବାକୁ ମିଳୁଅଛି ।