କୁଜଙ୍ଗ ବ୍ଲକରେ ପ୍ରଥମ ଥର ପାଇଁ ପଞ୍ଚାୟତ ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ..

IMG-20240713-WA0027
Share

ଆକ୍ସନ ମୁଡୁରେ ପାରାଦ୍ଵୀପ ବିଧାୟକ।କେଉଁ ପଞ୍ଚାୟତରେ କେତେ କାର୍ଯ୍ୟ ହୋଇଛି ଓ କେତେ ବାକି ରହିଛି ସବୁର ତଥ୍ୟ ମାଗିଲେ।ତନ ତନ୍ କରି ପରଖିଲେ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିତ୍ କଲେ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକରେ ଗତକାଲି କୁଜଙ୍ଗ ବିଡ଼ିଓ ଦୀପକ ପ୍ରସାଦ ସ୍ଵାଇଁ ଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ପଞ୍ଚାୟତ ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ପଞ୍ଚାୟତ ସମିତି ସମୀକ୍ଷା ବୈଠକରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଶିଳ୍ପ ବୈଷୟିକ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ,ସାଂସଦ ବିଭୁ ପ୍ରସାଦ ତରାଇ,କୁଜଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦ୍ଵିପକ ପ୍ରସାଦ ସ୍ବାଇଁଙ୍କ ସମେତ ବ୍ଲକର ସମସ୍ତ ପଦ ପଦାଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିବା ବେଳେ ପଞ୍ଚାୟତର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ମାତ୍ର ଏହି ବୈଠକରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନ ପ୍ରତିନିଧିଙ୍କ ସଦୟ ଉପସ୍ଥିତରେ ଗତକାଲି କୁଜଙ୍ଗ ପଞ୍ଚାୟତ ସମିତି ସମୀକ୍ଷା ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକ୍ଲପର ସମୀକ୍ଷା କରିବା ସହ କାର୍ଯ୍ୟପନ୍ଥା ସମ୍ପକରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।ବିଶେଷ କରି ପଞ୍ଚାୟତ ମାନଙ୍କରେ ହୋଇଥିବା କାର୍ଯ୍ୟର ବିବରଣୀ ଓ ପ୍ରତେକ୍ୟ ଘରକୁ ହରଘର ଜଳ ଯୋଜନାରେ ପାନୀୟ ଜଳର ବ୍ୟବସ୍ଥା,ରାସ୍ତା,ସ୍ଵାସ୍ଥ୍ୟ,ବିଜୁଳୀ ସଠିକ୍ ଭାବେ ଯୋଗାଇଦେବା ପାଇଁ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଏଥି ସହିତ ଏହି ବୈଠକ ରେ ସମସ୍ତ ଅଧିକାରି ମାନେ ଉପସ୍ଥିତ ଥିବା ବେଳେ ଜଳ ସମ୍ପଦ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିଲେ, ତେବେ ଜଳ ସମ୍ପଦ ବିଭାଗର କାର୍ଯ୍ୟ କରୁଥିବା ଯନ୍ତ୍ରୀ ଙ୍କ ଘର ନିଜ କୁଜଙ୍ଗ ବ୍ଲକ ରେ ହୋଇଥିବାରୁ ସେ ଆସୁନ ଥିବା ଜଣା ପଡ଼ିଛି।ଯଦି ଆଗାମୀ ଦୀନରେ ଏପରି କୌଣସି ଅଧିକାରୀ ଏଥିରେ ଖିଲାପ କରନ୍ତି ତାହାଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଶିଳ୍ପ ବୈଷୟିକ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି।

 

 

 

 

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )