October 5, 2024

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର୍ଯ୍ୟରତ ହୋମଗାର୍ଡ ଙ୍କୁ ଚାପିଦେଲା ମାଲଵାହୀ ଟ୍ରକ ..

Share

ପାରାଦୀପ ଦୋଛକି ରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଡିୟୁଟି ରେ ଥିବା ହୋମଗାର୍ଡଙ୍କୁ ଚାପିଦେଇ ମାଲବାହି ଟ୍ରକ ଫେରାର l ଘଟଣାସ୍ଥଳରେ କାର୍ଯ୍ୟରତ ହୋମଗାର୍ଡ ଙ୍କ ମୃତ୍ୟୁ ଘଟିଛି l ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଦୋଛକିରେ ଡ୍ୟୁଟି କରିବା ବେଳେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ପାରାଦୀପ ଲକ୍ ଥାନା ଅଧୀନରେ ଦୋଛକି ଠାରେ ବିଳମ୍ବିତ ରାତ୍ରୀରେ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ଟ୍ରାଫିକ ନିୟନ୍ତ୍ରଣ ଡ୍ୟୁଟିରେ ଥିଲେ ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନ l ଯାହାକୁ ନେଇ ମୃତ ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନ ଙ୍କ ପରିବାର ସହିତ ଉତ୍ୟକ୍ତ ବାଲିଡିଆ ଗ୍ରାମବାସୀ ମାନେ ଟାୟାର ଜାଳି ରାଜପଥ ଅବରୋଧ କରିଥିଵା ବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଗାଡିର ଚାଳକ କୁ ଗିରଫ ଦାବିରେ ଧାରଣା ରେ ବସିଛନ୍ତି l ଖବର ପାଇବା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ କରୁଛନ୍ତି ଉଦ୍ୟମ।ଦୁର୍ଘଟଣା ଘଟାଇଥିବା ଟ୍ରକ ସହିତ ଡ୍ରାଇଭର ଫେରାର ଥିବାରୁ ଉତ୍ତ୍ୟକ୍ତ ହୋଇଛନ୍ତି ଗ୍ରାମବାସୀ। ହୋମଗାର୍ଡ ରାଜେନ୍ଦ୍ରଙ୍କ ସହିତ ଆହୁରି କିଛି ପୁଲିସ କର୍ମଚାରୀ ଡ୍ୟୁଟିରେ ଥିବା ସତ୍ତ୍ଵେ କିପରି ଗାଡି ନେଇ ଡ୍ରାଇଭର ଫେରାର ହେଲା ତାକୁ ନେଇ ପୁଲିସକୁ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁରେ ଖୋଦ ପୁଲିସ କିପରି ଦାୟିତ୍ବହୀନ ହୋଇପାରିବ ଏ ନେଇ ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡି ସହ ଡ୍ରାଇଭରକୁ ନ ଧରିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ନ ହଟିବାକୁ ଜିଦ ଧରିଛନ୍ତି ଗ୍ରାମବାସୀ।

ବାଇଟ – ନିର୍ବାସ ପ୍ରଧାନ ( ରାଜେନ୍ଦ୍ର ଙ୍କ ଭାଇ )

ବାଇଟ – ବଟକୃଷ୍ଣ ପ୍ରଧାନ ( ରାଜେନ୍ଦ୍ର ଙ୍କ ସମ୍ପର୍କୀୟ ଭାଇ ). (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )