October 5, 2024

ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ତିଆରି ହୋଇଛି ନିମ୍ନମାନର କଂକ୍ରିଟ ରାସ୍ତା

Share

 

ଉମରକୋଟ:- (ଏମ.ଦିନା°ଶୁ ଆଚାରୀ) ମାତ୍ର କେଇଦିନ ହେଇଛି ରାସ୍ତା ତିଆରି ହେଇକି ବର୍ତମାନ ରାସ୍ତା ରୁ ବାହାରିଗଲା ମେଟାଲ, ଚିପିଶ ଏହିଭଳି ନିମ୍ନମାନର କାମ ହୋଇଛି ଉମରକୋଟ ବ୍ଲକ ର ବେନରା ପଂଚାୟତ ର ସିଲାଟି ଗ୍ରାମରେ, ସୂଚନାଅନୁଯାଇ ସିଲାଟି ଗ୍ରାମରେ ସଂଗ୍ରାମ ରବିସିଂ ଉଚ୍ଚ ବିଦ୍ୟାଳୟ କୁ ଯିବା ରାସ୍ତାରେ ପିଲାମାନଙ୍କ ଯିବାଆସିବା ପାଇଁ ଭଲ ରାସ୍ତାଟିଏ ନ ଥିଲା ସରକାର ଙ୍କ ତରଫରୁ ଏକ କଂକ୍ରିଟ ରାସ୍ତା ତିଆରି ପାଇଁ ଅନୁମୋଦନ ହେଇଥିବା ବେଳେ ଦୁଃଖର ବିଷୟ ଏହି ରାସ୍ତା ରେ କୌଣସି ସୂଚନାଫଳକ ନାହିଁ କେତେଟଙ୍କାର କାମ କେଉଁ ବିଭାଗର କାମ ତାହା ଗ୍ରାମବାସୀ ଜାଣି ନାହାନ୍ତି ଏବଂ ୯ ଦିନ ହେଇଛି ରାସ୍ତାରୁ ଉଠିଗଲା ବଡ଼ ବଡ଼ ମେଟାଲ ବାହାରିଗଲା ଚିପିସ ଭାଙ୍ଗିଗଲା ରାସ୍ତା ଠେକାଦାର ଏବଂ ଯନ୍ତ୍ରୀ ଙ୍କ ସାଲିସ ରେ ତିଆରି ହୋଇଛି ଏହିପରି ନିମ୍ନ ମାନର କାମ,ଗ୍ରାମବାସି ଅଭିଯୋଗ ଦେବା ସ୍ୱତ୍ତେ ସ୍ଥାନୀୟ ଅଧିକାରୀ ସାଜିଛି ନିରବଦ୍ରଷ୍ଟା , ଉପାନ୍ତ ଅଞ୍ଚଳରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଊନ୍ନତି ମୂଳକ କାର୍ଯ୍ୟ କରିବାକୁ ଚେଷ୍ଟା କଲେ ମଧ୍ୟ ଏହି ପଇସା ଯାଉଛି ଠେକାଦାର ଙ୍କ ପକେଟରେ,ଜିଲ୍ଲା ପ୍ରଶାସନ ଏହି ନିମ୍ନମାନର ରାସ୍ତା ପ୍ରତି ଦୃଷ୍ଟି ଦେଇ ଏହାର ତଦନ୍ତ କରିବାକୁ ସିଲାଟି ଗ୍ରାମର ସୁମନ୍ତ ପୂଜାରୀ, ବଳିରାମ ଜାନି, ବିଜୟ ପୂଜାରୀ, ରାଜକୁମାର ଗଣ୍ଡ, ଉତ୍ତମ ବିଶ୍ୱାସ, ଦୀପଙ୍କର ରାୟ, ବିଶ୍ୱଜିତ ସରକାର, ହାରାଧନ ବଣିକ, କାନ୍ହା ଦାସ, ସୁକାନ୍ତ ସରକାର, କେଶରୀ ସାନ୍ତା, ନିରଞ୍ଜନ ସରକାର ଙ୍କ ସମେତ ସମସ୍ତ
ଗ୍ରାମବାସୀ ଦାବି କରିଛନ୍ତି।