May 15, 2026

ପର୍ଯ୍ୟଟଣିସ୍ଥଳରେ ଚାଲିଛି ଖୁଲମଖୁଲା ଖୁଡଖୁଡି ଖେଳ ପୋଲିସ ପ୍ରଶାସନ ର ନଜର ପଡୁନି..

IMG-20240711-WA0025
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ )ପ୍ରଶାସନକୁ ଚାଲେଞ୍ଜ ଦେଈ ଖୁଲମ ଖୁଲା ଚାଲିଛି ଜୁଆ ଖେଳ ଏଭଳି ଏକ ଘଟଣାର ସ୍ପଟ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ର ଭାସ୍କେଲଡ୍ୟାମ ର ପର୍ଯ୍ୟଟନି ସ୍ଥଳରେ ସୁଚନାଅନୁୟୀ ଉମରକୋଟ ଥାନା ଅନ୍ତର୍ଗତ ଭାମିନି ପଞ୍ଚାୟତର ଭାସ୍କେଲ ଡ୍ୟାମ ଏକ ପର୍ଯଟନି ସ୍ଥଳ ହୋଇଥିବା ବେଳେ ପ୍ରତି ଗୁରୁବାର ଦିନ ଏକ ଛୋଟିଆ ହାଟ (ବଜାର)ବସୁଥିବା ବେଳେ ଉକ୍ତ ହାଟ ଠାରୁ ଅଳ୍ପ ଦୂରରେ ଇନ୍ଦ୍ରପୁର ଗ୍ରାମର ଦୁଇଜଣ ଜୁଆଖେଳ ମାଲିକ ଜୁଆଡି ମାନଙ୍କୁ ଏକତ୍ରିତ କରି ଖୁଲମ ଖୁଲା ସେମାନଙ୍କ ର ଜୁଆ ଖେଳ (ଖୁଡଖୁଡି) ପସରା ମେଲାଇ ନିର୍ଭୟରେ ଜୁଆ ଖେଳର କାରବାର କରୁଛନ୍ତି,ନିରୀହ ଆଦିବାସୀ ଲୋକ ମାନେ ଜୁଆଡି ମାନଙ୍କ ଜୁଆରେ ଦୁଇଗୁଣ ପଇବା ଆଶାରେ ଲୋଭଗ୍ରସ୍ତ ହୋଇ ଜୁଆଡି ମାନଙ୍କ କବଜାରେ ପଡ଼ି ଟଙ୍କାକୁ ଜୁଆରେ ପକେଇ ସର୍ବସ୍ବାନ୍ତ ହୋଇ ଖାଲି ହାତରେ ଘରକୁ ଫେରବା ବେଳେ ମାନସିକ ଦୁଶଚିନ୍ତାରେ ମଦ୍ୟପାନ କରି ଘରେ ପହଞ୍ଚିଲା ପରେ ପରିବାର ସହ ଗଣ୍ଡଗୋଳ କରିବା ସହ ଅନେକ ପରିବାର ଛାରଖାର୍ ହେଉଥିବା ଦେଖିବାକୁ ମିଳୁଛି । ଏହି ଘଟଣାକୁ ପୋଲିସ୍ ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟୀ ଦେଇ ଜୁଆଡି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜୁଆ ଖେଳକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।